୧୬୦୩ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପାଖ ହାଇସ୍କୁଲରେ ମିଶିଯିବ ! ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

39

କନକ ବ୍ୟୁରୋ : ୧୬୦୩ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପାଖ ହାଇସ୍କୁଲରେ ମିଶିଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୪୫ଟି ସ୍କୁଲ ମିଶ୍ରଣ ହେଉଥିବା ବେଳେ ଭଦ୍ରକରୁ ୧୦୭, କଟକରୁ ୧୩୫, ଯାଜପୁରରୁ ୧୨୫, କେନ୍ଦ୍ରାପଡାରୁ ୧୧୪ ଓ ମୟୁରଭଞ୍ଜରୁ ୧୨୦ଟି ସ୍କୁଲ ପାଖରେ ଥିବା ହାଇସ୍କୁଲରେ ମିଶିଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ୟୁପି ସ୍କୁଲଗୁଡିକ ମିଶିବା ପରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଲିମେଂଟାରି ୟୁନିଟ ଅଧିନରେ ରହୁଥିବାବେଳେ ନବମ ଓ ଦଶମ ସେକେଣ୍ଡାରୀ ୟୁନିଟରେ ରହିବ । ସେହିଭଳି ମିଶ୍ରଣ ପରେ ନୂତନ ଅନୁଷ୍ଠାନର ନାମ ବଦଳି ନୋଡାଲ ହାଇ ସ୍କୁଲ ରଖାଯିବ ବୋଲି ଜଣାପଡିଛି ।