ସ୍କୁଲକୁ ବଦନାମ କରି ବନ୍ଦ କରିବାକୁ ଭୟଙ୍କର ଷଡଯନ୍ତ୍ର ରଚିଲା ଛାତ୍ର । ଛୁରୀ ଭୁସି ସାଥୀକୁ କଲା ହତ୍ୟା । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

29

ଗୁଜୁରାଟର ଭଦୋଦରା ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଣୀ ଛାତ୍ର ଦେବ ତାଡଭୀଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ଉଠିଲା ପରଦା । ସ୍କୁଲକୁ ବଦନାମ କରିବା ପାଇଁ ସେହି ସ୍କୁଲର ଜଣେ ୧୬ ବର୍ଷର ବାଳକ ରଚିଥିଲେ ଏଭଳି ଜଘନ୍ୟ ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ । ଅନ୍ୟଜଣ ସାଥୀକୁ ଛୁରୀ ଭୁସି ହତ୍ୟା କରି ସ୍କୁଲକୁ ବଦନାମ କରି ବନ୍ଦ କରିବା ପାଇଁ ଘଟାଇଥିଲେ ଏଭଳି କାଣ୍ଡ ।

ଗତ ଶୁକ୍ରବାର ଦିନ ସକାଳେ ଭଦୋଦରା ସ୍କୁଲରୁ ନବମ ଶ୍ରେଣୀ ଛାତ୍ର ଦେବ ତାଡଭୀଙ୍କ ମୃତ ଦେହ ସ୍କୁଲ ଶୌଚାଳୟରୁ ମିଳିବାପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟ ସୃଷ୍ଟି ହେଇଥିଲା । କାରଣ ଏହି ନବମ ଶ୍ରେଣୀ ଛାତ୍ର ଜଣକ ପାକସ୍ଥଳୀ ନିକଟରେ ଏକ ଧାରୁଆ ଛୁରୀରେ ଆଘାତ କରି ହତ୍ୟା କରାଯାଇଥିଲା । ଯାହା ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟା କାଣ୍ଡ ବୋଲି ସ୍ଥାନୀୟ ପୋଲିସ ସନ୍ଦେହ କରିଥିଲେ । ତେବେ ମୃତ ,ଦେହର ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହତ୍ୟାକାରୀ ପାଖରେ ପହଂଚିବା ପାଇଁ ଏକ ନୂଆ ସୁରାଖ ଯୋଗାଇଥିଲା ।

ପୋଲିସ କହିବା ମୁତାବକ ସେହି ସ୍କୁଲର ଜଣେ ୧୬ ବର୍ଷର ବାଳକ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡର ଯୋଜନା ରିଚିଥିଲା । ଯାହାକି ପୋଲିସ ଆଗରେ ପୂରା ହତ୍ୟାକାଣ୍ଡର କହାଣୀକୁ ବୟାନ କରିଛନ୍ତି ଅନ୍ୟ ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ । ତେବେ ସାକ୍ଷୀଙ୍କ କହିବା ମୁତାବକ ଅଭିଯୁକ୍ତ ୧୬ ବର୍ଷର ବାଳକ ସ୍କୁଲ ହୋମୱାର୍କ କରିନଥିବାରୁ ତାଙ୍କୁ ସମସ୍ତଙ୍କ ସମ୍ନାରେ ଶିକ୍ଷକ ଚାପୁଡା ମାରିଥିଲେ । ଯାହାକୁ ନେଇ ଅଭିଯୁକ୍ତ ବହୁତ ଅପମାନ ଅନୁଭବ କରିଥିଲେ । ଏବଂ ଏହାପରେ ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ସ୍କୁଲକୁ ବନ୍ଦ କରିବା ପାଇଁ ରଚିଥିଲେ ହତ୍ୟାକାଣ୍ଡର ଯୋଜନା । ଯେଉଁଥି ପାଇଁ ବିନା କାରଣରୁ ଦେବ ତାଡଭୀଙ୍କୁ ନିଜ ଜୀବନ ଦେବାକୁ ପଡିଲା । ପୋଲିସ କହିବା ମୁତାବକ ଅଭିଯୁକ୍ତ ବାଳକକୁ ଧରିବା ପାଇଁ ସ୍ଥାନୀୟ ପୋଲିସ ସହିତ ଅପରେସନ ଆରମ୍ଭ କରିଛି ପୋଲିସ ।