କନକ ବ୍ୟୁରୋ : ନାବାଳିକାଙ୍କୁ ବିକ୍ରି ଅଭିଯୋଗ । ୫୦ ହଜାର ଟଙ୍କାରେ ୧୬ ବର୍ଷର ନାବାଳିକାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଦଲାଲ ନାବାଳିକାକୁ ଢେଙ୍କାନାଳରୁ ବାହାରକୁ ଚାଲାଣ କରୁଥିବା ବେଳେ ନାବାଳିକା ଜଣ ଖସିଆସି ଭୁବନେଶ୍ୱରରେ ପହଂଚିଛନ୍ତି । ପୁଲିସ ତାଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି । ନାବାଳିକାର ବୟାନ ରେକର୍ଡ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ସିଡବ୍ଲୁସି ସଦସ୍ୟ ବେଣୁଧର ସେନାପତି ।