୩ ମାସ ପରେ ମିଳିଲା ମୁକ୍ତି: କେରଳରୁୁ ଫେରିଲେ ଓଡ଼ିଶାର ୧୬ ଜଣ ନାବାଳକ ଓ ନାବାଳିକା

50

କନକ ବ୍ୟୁରୋ : ୩ ମାସ ପରେ ମିଳିଲା ମୁକ୍ତି । କେରଳରୁ ଫେରିଲେ ଓଡ଼ିଶାର ୧୬ ଜଣ ନାବାଳକ-ନାବାଳିକା । ବୟସ ପ୍ରମାଣପତ୍ର ନେଇ ସମସ୍ୟା ହେବା ଯୋଗୁଁ ଗତ ୩ ମାସ ହେଲା କେରଳରେ ଅଟକ ରଖାଯାଇଥିଲା ଏହି ୧୬ ଜଣଙ୍କୁ । ସିଲେଇ ଟ୍ରେନିଂ ନେବା ପରେ ଏହି ନାବାଳକ ଓ ନାବାଳିକାମାନେ କେରଳ ଯାଇଥିଲେ ନିଯୁକ୍ତି ସୁଯୋଗ ପାଇଁ । ସେଠାରେ ଦାଦନ ଶ୍ରମିକ ଭାବି ରେଲୱେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା ।

ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହି ୧୬ ଜଣଙ୍କୁ ଓଡ଼ିଶା ଫେରିବା ନେଇ ବ୍ୟବସ୍ଥା କରିବା ପରିବର୍ତ୍ତେ ଏକ ସେଲଟର ହୋମରେ ରଖାଯାଇଥିଲା । ଯେଉଁଠାରେ ମାନସିକ ବିକୃତି ଥିବା ପିଲାମାନେ ରହୁଥିଲେ । ଫଳରେ ଓଡ଼ିଶାରୁ ଯାଇଥିବା ଏହି ପିଲାମାନେ ଏକ ଅପ୍ରୀତିକର ପରିସ୍ଥିତି ଭିତରେ ରହୁଥିଲେ । ଏମିତିକି ସେହି ସେଲଟର ହୋମରେ ତାଙ୍କୁ ନିର୍ୟ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :