ଏସିଆନ୍ ଆଥଲେଟିକ୍ସ ମିଟକୁ ଆଉ ୫ ଦିନ ! ଓଡିଶାରେ ୧୬ ଜଣିଆ ଭାରତୀୟ ଦଳ

26

କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ୍ ମିଟ୍ ପାଇଁ ଓଡିଶାରେ ପହଞ୍ଚିଲେ ୧୬ ଜଣିଆ ଭାରତୀୟ ଦଳ । ପ୍ରଥମ ପର୍ଯ୍ୟାୟରେ ୭ ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଜଣ ଆଥଲେଟ୍ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ପରେ ଏକ ସ୍ୱତନ୍ତ୍ର ବସରେ ଆଥଲେଟଙ୍କୁ ହୋଟେଲକୁ ନିଆଯାଇଛି । ଜୁଲାଇ ୫ରେ ରାଜଧାନୀର କଳିଙ୍ଗ ଷ୍ଟାଡିଅମରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଉଦଘାଟନ ହେବ । ଏହା ପରଦିନ ଅର୍ଥାତ୍ ଜୁଲାଇ ୬ ତାରିଖରୁ ଆରମ୍ଭ ହେବ କମ୍ପିଟିସନ ।