ପୁଣି ୧୬ ପଜିଟିଭ । ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ୧୬ କରୋନା ଆକ୍ରାନ୍ତ । ଦିନକରେ ଭୁବନେଶ୍ୱରରେ ୧୮ ପଜିଟିଭ ଆସିବା ପରେ ବଢିଲା ଚିନ୍ତା

3,495

କନକ ବ୍ୟୁରୋ: ଓଡିଶାରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଭୁବନେଶ୍ୱରରେ ୧୬ କରୋନା ପଜିଟିଭ । ଭୁବନେଶ୍ୱରରେ ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ । ଟ୍ୱିଟ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

ତେବେ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ୨ଟି ପଜିଟିଭ ଚିହ୍ନ ହୋଇଥିଲା । କପିଳ ପ୍ରସାଦରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କ ନମୂନା ପଜିଟିଭ ଆସିଥିଲା ଉକ୍ତ ବ୍ୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରୁ ଫେରିଥିଲେ । ସେହିପରି ବମିଖାଲର ଜଣେ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ତେବେ ବର୍ତ୍ତମାନ ପୁଣି ଭୁବନେଶ୍ୱରରେ ୧୬ ଜଣ ଆକ୍ରାନ୍ତ ଚିହ୍ନ ହେବା ପରେ ଓଡିଶା ପାଇଁ ଚିନ୍ତା ବଢିଯାଇଛି । ଦିନକରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରରେ ରେକର୍ଡ ହୋଇଛି ।