ଗାଁ ଦାଣ୍ଡରେ ବୁଲିଲା ୧୬ ଫୁଟିଆ ଅଜଗର, ଉଦ୍ଧାର କଲା ବନବିଭାଗ ।

29

କନକ ବ୍ୟୁରୋ : ଧରାପଡିଲା ୧୬ ଫୁଟର ଅହିରାଜ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଂଚଳର ପେଣ୍ଡୁରାବାଡି ଗାଁରୁ ଆଜି ସକାଳେ ଏହି ଅହିରାଜ ସାପ ଉଦ୍ଧାର କରାଯାଇଛି । ଗାଁରେ ଏହି ବିରଳ ବିରାଟକାୟ ବିଷଧର ସାପଟି ବୁଲୁଥିବା ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପିପୁଲ ଫର୍ ଆନିମଲ୍ ସଂସ୍ଥାର ସ୍ୱେଚ୍ଛାସେବୀ ଟିମ୍ ପହଂଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ଚାଙ୍ଗୁଡିଦେଇ ଜଙ୍ଗଲରେ ଛାଡିଦେଇଥିଲେ ।

ଉଦ୍ଧାର ସାପଟିର ଲମ୍ବ ପ୍ରାୟ ୧୬ ଫୁଟ ରହିଥିବା ବେଳେ ବୟସ ପ୍ରାୟ ୬ ବର୍ଷ ହେବ ବୋଲି ଜଣାପଡିଛି । ଗତ ଏକ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ପୁଡାମାରୀ ବନାଂଚଳର ତିନୋଟି ସ୍ଥାନରୁ ତିନୋଟି କିଙ୍ଗ୍ କୋବ୍ରା ସାପ ଉଦ୍ଧାର ହୋଇଥିଲା ।