ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା । ରାଜ୍ୟର ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ଆଇଏସଓ ପ୍ରମାଣପତ୍ର

ସହରାଚଂଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

437

କନକ ବ୍ୟୁରୋ: ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା । ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ ସହରାଚଂଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହାର ଯୋଜନାରେ ସହରାଂଚଳର ଗରିବ ଲୋକମାନଙ୍କୁ ଶସ୍ତାରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର । ଆହାର କେନ୍ଦ୍ରରେ ମାତ୍ର ପାଂଚ ଟଙ୍କା ଦେଇ ଲୋକମାନେ ପେଟପୁରା ଖାଇପାରୁଛନ୍ତି । ଏହି ପ୍ରମାଣ ପତ୍ର ମିଳିବା ପରେ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ଖୁସୀ ଜାହିର କରାଯାଇଛି ।