ବଦଳିବ ୧୫୦ ବର୍ଷ ପୁରୁଣା ନିୟମ ! ମୁମ୍ବାଇ ଦୁର୍ଘଟଣା ପରେ ସରକାରଙ୍କ ପଶିଲା ଚେତା

42

ମୁମ୍ବାଇ ଫୁଟ ଓଭରବ୍ରିଜ ଦୁର୍ଘଟଣା ପରେ ଚେତା ପଶିଲା କେନ୍ଦ୍ର ସରକାରଙ୍କର । ମୁମ୍ବାଇ ପରେଲ ଫୁଟ ଓଭରବ୍ରିଜ ଦୁର୍ଘଟଣା ପରେ ରେଳ ମନ୍ତ୍ରଳାୟ ସଜାଗ ହୋଇ ଉଠିଛି । ୧୫୦ ବର୍ଷ ତଳର ରେଲୱେ ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ । ଏନେଇ ଏକ ବଡ ଘୋଷଣା କରିଛନ୍ତି ସରକାର । ଗତକାଲିର ଘଟଣା ପରେ ରେଳମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି କିଛି ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତି ନିଆ ଯାଇଛି ।

Elphinstone_Bridge-PTI_2ଦୀର୍ଘ ୧୫୦ ବର୍ଷ ଧରି ଯେପରି ଭାବେ ଫୁଟ ଓଭରବ୍ରିଜକୁ ଯେପରି ଯାତାୟାତର ମାଧ୍ୟମ ପାଇଁ ବ୍ୟବହାର କରାଯାଉଥିଲା ସେଥିରେ ପରିବର୍ତ୍ତନ ଅଣାଯିବ । ଏଣିକି କେବଳ ସୁବିଧାଜନକ ଯାତ୍ରା କରିବା ପାଇଁ ଫୁଟ ଓଭରବ୍ରିଜକୁ ବ୍ୟବହାର କରାଯିବ ନାହିଁ । ଯାତାୟାତ ସହ ଯେପରି ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ ସେ ନେଇ ଏହି ବୈଠକରେ ନିଷ୍ପତି ନିଆଯାଇଛି । କିପରି ଭାବେ ଷ୍ଟେସନରେ ଅଧିକରୁ ଅଧିକ ଫୁଟ ଓଭରବ୍ରିଜ ନିର୍ମାଣ କରାଯିବ ତାହା ଉପରେ ଜୋର ଦିଆଯାଇଛି ।

over bridgeଏହି ବୈଠକରେ ଆରପିଏଫ ଡିଜି, ଡିଆରଏମ ଓ ଯାତ୍ରୀ ସୁରକ୍ଷା ଅଧିକାରୀ ସମେତ ପୂରା ରେଲୱେ ବୋର୍ଡର ସଦସ୍ୟ ଭାଗ ନେଇଥିଲେ। ଏହାଛଡା ଏହି ବୈଠକରେ ଆଉ ଏକ ନିଷ୍ପତି ନିଆଯାଇଛି । ରେଲୱେର ୨୦୦ ଅଧିକାରୀଙ୍କୁ ରେଲୱେ ହେଡକ୍ୱାର୍ଟରରୁ ସ୍ଥାନାନ୍ତର କରାଯାଇ ଫିଲ୍ଡ ଡ୍ୟୁଟିରେ ଅବସ୍ଥାପିତ କରାଯିବାକୁ ନିଷ୍ପତି ନିଆଯାଇଛି । ଯାହାଫଳରେ ରେଳ ବିଭାଗ ତଳ ସ୍ତରରୁ ବେଶ ମଜବୁତ ହେବା ସହ ବିଭିନ୍ନ ପ୍ରୋଜେକ୍ଟ ମଧ୍ୟ କ୍ଷିପ୍ର ଗତିରେ ହୋଇପାରିବ ।

PIYUSHଏହାସହ ଆଗାମୀ ୧୫ ମାସ ମଧ୍ୟରେ ମୁମ୍ବାଇର ସମସ୍ତ ଉପନଗରୀୟ ଟ୍ରେନରେ ଉନ୍ନତ ସୁବିଧା ସୁଯୋଗ ସହ ସିସିଟିଭି ଲଗାଯିବ । ମୁମ୍ବାଇ ପରେ ପରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସୁବିଧା ଦିଆଯିବ । ରେଳୱେର ସୁରକ୍ଷା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ଦେଶର ୪୦ଟି ୟାର୍ଡକୁ ଅପଗ୍ରେଡ କରାଯିବ । ଏଥିପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ମୁମ୍ବାଇ ଦୁର୍ଘଟଣା ପରେ ସରକାର ମୁମ୍ବାଇର ଉପନଗରୀୟ ଅଞ୍ଚଳରେ ଭିଡ ହେଉଥିବା ଷ୍ଟେସନରେ ଏସକେଲେଟର ଲଗାଇବାକୁ ମଞ୍ଜୁରୀ ଦେଇଛି । ପରେ ଏହି ଏସକେଲେଟର ଭିଡ ହେଉଥିବା ଦେଶର ଅନ୍ୟ ଷ୍ଟେସନରେ ଲଗାଯିବ । ଏହାଛଡା ରେଳମନ୍ତ୍ରୀ କହିଛନ୍ତି ଏକ ସପ୍ତାହ ମଧ୍ୟରେ ବିଭାଗୀୟ ଅଡିଟ ଟିମ୍ ବିଭିନ୍ ଉପନଗରୀୟ ଷ୍ଟେସନର ନୀରିକ୍ଷଣ କରିବ । ଏହାଛଡା ଫୁଟ ଓଭରବ୍ରିଜର କାମକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ।