୩ ଘଣ୍ଟାରେ ମନ୍ଦିର ପାଇଁ ମିଳିଲା ୧୫୦ କୋଟି ଟଙ୍କା, ଜାଣନ୍ତୁ କିଭଳି ହେଲା ସମ୍ଭବ ।

21

ପୁଣିଥରେ ଗୁଜରାଟର ପଟିଦାର ସମୁଦାୟଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିନ୍ତୁ ଏବେ ସଂରକ୍ଷଣ ପାଇଁ ନୁହେଁ ବରଂ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁଜରାଟର ପଟିଦାରଙ୍କ ବିଶ୍ୱ ଉମିଆ ଫାଉଣ୍ଡେସନ ମନ୍ଦିର ଓ କମ୍ୟୁନିଟି କମପ୍ଲେକ୍ସ ନିର୍ମାଣ ପାଇଁ ମାତ୍ର ୩ ଘଣ୍ଟା ମଧ୍ୟରେ ୧୫୦ କୋଟି ଟଙ୍କା ଯୋଗାଡ କରି ପାରିଛନ୍ତି ।

ରବିବାର ପଟିଦାର ସମୁଦାୟର ଲୋକମାନେ ବିୟୁଏଫର ବୈଠକ ଡାକିଥିଲେ । ଯେଉଁ ବୈଠକରେ ଅହମ୍ମଦାବାଦରେ ୪୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଅମିୟାଧାମ ମନ୍ଦିର ପାଇଁ ଦାନ କରିବାକୁ ଲୋକ ମାନଙ୍କୁ ଅପିଲ କରାଯାଇଥିଲା । ଆଉ ଏହାପରେ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଆଗେଇ ଆସିଥିଲେ ଲୋକେ । ହାରାହାରି ପ୍ରତି ମିନିଟରେ ଲୋକମାନେ ୮୪ ଲକ୍ଷ ଟଙ୍କା ଦାନ ଦେବା ଆରମ୍ଭ କରିଥିଲେ ।

ଅମିୟାଧାମରେ ପଟିଦାରଙ୍କ କୁଳଦେବୀ ଅମିୟା ମାତାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଏପରିକି ଏହି ସ୍ଥାନରେ ହସ୍ପିଟାଲ, କ୍ରୀଡା ଓ ସାଂସ୍କୃତିକ କମପ୍ଲେକ୍ସ, ଶିକ୍ଷାନୁଷ୍ଠାନ ଓ ଯୁବକ-ଯୁବତୀ ମାନଙ୍କ ପାଇଁ ହଷ୍ଟେଲ ମଧ୍ୟ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ପ୍ରୋଜେକ୍ଟ ପାଇଁ ପାଖାପାଖି ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ଉମିୟା ଫାଉଣ୍ଡେସେନ ଏହି ଇଭେଣ୍ଟ ପାଇଁ ୧୦୦ କୋଟି ଯୋଗାଡ କରିବାକୁ ଅପିଲ କରିଥିଲା । କିନ୍ତୁ ଲୋକମାନେ ପାଖାପାଖି ୧୫୦ କୋଟି ଟଙ୍କା ଦାନରେ ଦେଇଥିଲେ । ରିପୋର୍ଟ ଅନୁସାରେ, ମୁମ୍ବାଇର ଏକ ପଟେଲ ପରିବାର ୫୧ କୋଟି ଟଙ୍କା ଦାନରେ ଦେଇଥିଲେ । ଏପରିକି ଏହି ପରିବାର ୭ ବର୍ଷ ପୂର୍ବେ ଓମିୟା ମନ୍ଦିର ନିର୍ମାଣ ପାଇଁ ଗୋରେଗାଓଁରେ ଜମି ମଧ୍ୟ ଦେଇଥିଲେ । ସେହିଭଳି ହରିଦ୍ୱାରରେ ଓମିୟା ଧାମ ନିର୍ମାଣ କରିବାକୁ ୭୧ ଲକ୍ଷ ଟଙ୍କା ଦାନ କରିଥିଲେ । ଏପରିକି ଏହି ମନ୍ଦିର ପରିଯୋଜନାରେ ଜଡିତ ଥିବା ୨୫୦ଟି ଟ୍ରଷ୍ଟ ୨୫ ଲକ୍ଷ ଲେଖାଏଁ ଦେବାକୁ ପ୍ରତିଶୃତି ଦେଇଛନ୍ତି ।