ଘୋର ଲଜ୍ଜା ! ନାବାଳିକା ସହ ଗଣଦୁଷ୍କର୍ମ ବେଳେ ଅଭିଯୁକ୍ତମାନେ ଫେସବୁକ ଲାଇଭରେ ସମ୍ପୂର୍ଣ୍ଣ ଦୃଶ୍ୟକୁ କଲେ ସିଧା ପ୍ରସାରଣ

194

ଆମେରିକାରେ ଏକ ଅମାନବୀୟ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟ ନାବାଳିକା ସହ ଗଣଦୁଷ୍କର୍ମ ସମୟରେ ଅଭିଯୁକ୍ତ ମାନେ ଫେସବୁକ ଲାଇଭ ଜରିଆରେ ସିଧା ପ୍ରସାରଣ କରିଥିଲେ । ଘଟଣା ସାମ୍ନାକୁ ଆସିବା ପରେ ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ସ୍ଥାନୀୟ ମିଡିଆ ଜରିଆରେ ଏପରି ସୂଚନା ମିଳିଛି । ଏମିତି ଏକ ଖବର ପ୍ରକାଶ ପାଇଛି ରାଜସ୍ଥାନ ପତ୍ରିକାରେ ।

ସମାଚାର ୱେବସାଇଟ ‘ଚିକାଗୋ ଡଟ ସନଟାଇମ୍ସ ଡଟ କମ’ରେ ପ୍ରସାରିତ ହୋଇଥିବା ଖବର ଅନୁସାରେ ଏପରି ଘୃଣ୍ୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୀଡିତା ଓ ପୀଡିତାଙ୍କ ପରିବାର ଲୋକଙ୍କୁ ଅଭିଯୁକ୍ତମାନେ ଧମକ ଦେବା ଆରମ୍ଭ କରି ଦେଇଥିଲେ । ଖବର ଅନୁସାରେ ୫ ରୁ ୬ ଜଣ ଯୁବକ ପୀଡିତାଙ୍କ ସହ ଗଣବଳତ୍କାର କରିଥିଲେ ଓ ସମ୍ପୂର୍ଣ୍ଣ ଦୃଶ୍ୟକୁ ଫେସବୁକରେ ଲାଇଭ ପ୍ରସାରଣ କରିଥିଲେ ।

ସବୁଠାରୁ ଭୟାବହ କଥା ହେଲା ୪୦ ଜଣ ଲୋକ ଏହି ଗଣଦୁଷ୍କର୍ମ ଭିଡିଓକୁ ଲାଇଭ ଦେଖିଥିଲେ ମଧ୍ୟ କେହି ପୋଲିସରେ ଅଭିଯୋଗ କରିନଥିଲେ । ପୀଡିତାଙ୍କ ମା’ ଯେତେବେଳେ ଚିକାଗୋ ପୋଲିସ ନିଜ ଝିଅର ନିଖୋଜ ହୋଇଥିବା ଅଭିଯୋଗ କରିଥିିଲେ ତା’ପରେ ଏହି ଘଟଣା ପୋଲିସ ସାମ୍ନାକୁ ଆସିଥିଲା । ଏହାସହ ପୀଡିତାଙ୍କ ମା’ଫେସବୁକ ଲାଇଭର ସ୍କ୍ରିନସଟ ମଧ୍ୟ ପୋଲିସକୁ ଦେଖାଇଥିଲେ । ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ପୋଲିସ ଏକ  ମାମଲା ରୁଜୁ କରିଥିଲେ ଏବଂ ପୀଡିିତାକୁ ଖୋଜି ପାଇଥିଲେ । ପରେ ପୀଡିିତାଙ୍କୁ ଖୋଜି ଘରେ ପହଞ୍ଚାଇ ଦେଇଥିଲେ ପୋଲିସ।