ଡୋକାଲମ ବିବାଦ ମଧ୍ୟରେ ପଦାକୁ ଆସିଲା ନୂଆ ତଥ୍ୟ ! ୧୫ବର୍ଷ ହେଲା ସୀମାରେ ୭୩ଟି ରାସ୍ତା ତିଆରି କରୁଛି ଭାରତ, ସରିଛି ମାତ୍ର ୨୭

41

କନକ ବ୍ୟୁରୋ : ସୀମାରେ ଡୋକଲାମକୁ ନେଇ ଚୀନ ଓ ଭାରତ ମଧ୍ୟରେ ଲାଗି ରହିଛି ବିବାଦ । ଏହା ଭିତରେ ସାମନାକୁ ଆସିଛି ନୂଆ ତଥ୍ୟ । ଚୀନ ସୀମାବର୍ତ୍ତୀ ଅଂଚଳରେ ଭାରତ ପକ୍ଷରୁ ଗତ ୧୫ବର୍ଷ ହେଲାଣି ୭୩ଟି ରାସ୍ତା ନିର୍ମାଣ ଚାଲିଛି । କିନ୍ତୁ ସେଥିରୁ ଏପର୍ଯ୍ୟନ୍ତ ମାତ୍ର ୨୭ଟିର କାମ ଶେଷ ହୋଇଥିବା ବେଳେ ୪୬ଟିର କାମ ସରିପାରିନି । ସେହିପରି ପୂର୍ବାଚଂଳରେ ପ୍ରସ୍ତାବିତ ୧୪ ଟି ରେଳ ଲାଇନ୍ କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି । ତେବେ ଆଶ୍ୱାସନା ଏତିକି ଯେ ଲଦାଖ ଓ ଅରୁଣାଚଳପ୍ରଦେଶରେ ବାୟୁସେନାର ବିମାନଘାଟି ପୁଣି କାର୍ଯ୍ୟକ୍ଷମ ହୋଇଛି ।

ଅନ୍ୟପଟେ ଚୀନ ତିବ୍ଦତ ଅଂଚଳରେ ୩୦ଟି ସେନା ଡିଭିଜନ ମୂତୟନ କରିଛି । ତେଣୁ ଗମନାଗମନ ଭିତ୍ତିଭୂମିର ବିକାଶ କରିବାକୁ ବର୍ଡର ରୋଡ୍ ଅର୍ଗାନାଇଜେସନକୁ ପ୍ରଶାସନିକ ଓ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥା ରାସ୍ତା ନିର୍ମାଣ କାମକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ । ଭାରତୀୟ ସେନା ଆଗରେ ସୀମାରେ ଗମନାଗମନ ଏବେ ଏକ ବଡ ସମସ୍ୟା ।