ପାଦ ନାହିଁ, ହାତରେ ଜମା ଦୁଇଟି ଆଙ୍ଗୁଠି । ଜାଣନ୍ତୁ ପରୀକ୍ଷାରେ କମାଲ କରିଥିବା ଓଡିଶାର ଜଣେ ଦିବ୍ୟାଙ୍ଗଙ୍କ ପୁରା କାହାଣୀ ।

35

କଠିନ ପରିଶ୍ରମ ଆଗରେ ସବୁ କଷ୍ଟ ହାର ମାନିଥାଏ । ଯଦି କୌଣସି ମଣିଷ ଚାହିଁବ ତେବେ ସେ ନିଜର ସମସ୍ତ କଷ୍ଟ ଏବଂ ପ୍ରତିବନ୍ଧକୁ ମାତ ଦେଇ ସଫଳତା ହାସିଲ କରିପାରିବ । ଓଡିଶାର ୧୫ ବର୍ଷୀୟ ବରଜା କୁମାର ଦାସ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ଏହାକୁ ପ୍ରମାଣିତ କରିଛନ୍ତି ।

ବରଜା କୁମାର ଦାସ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଅଟନ୍ତି । ଏବଂ ସବୁଠାରୁ ଦୁଃଖର କଥା ହେଉଛି ଜନ୍ମରୁ ହିଁ ତାଙ୍କର ଗୋଡ ନାହିଁ । କିନ୍ତୁ ବରଜା କଠିନ ପରିଶ୍ରମ କରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ  ଏ୨ ଗ୍ରେଡ ହାସିଲ କରିବା ସହ ନିଜ ଅଞ୍ଚଳର ନାମ ବିକାଶ କରିଛନ୍ତି । ନିକଟରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ବରଜା ସମୁଦାୟ ୬୦୦ ନମ୍ବରରୁ ୫୧୮ ନମ୍ବର ହାସିଲ କରିଛନ୍ତି ।

ଜନ୍ମରୁ ହିଁ ବରଜାଙ୍କର ଗୋଡ ନାହିଁ ଏବଂ ହାତରେ କେବଳ ଦୁଇଟି ଆଙ୍ଗୁଳି ରହିଛି । ଆଉ ଏହି କାରଣରୁ ଛୋଟ ବେଳରୁ ହିଁ ତାଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡିଛି । କିନ୍ତୁ ସେ କେବେ ହାର ନମାନି ନିଜ ଦୃଢ ମନୋବଳରେ ସବୁ କଷ୍ଟକୁ ହରାଇ ଦେଇଛନ୍ତି । ତେବେ ତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ, ବରଜା ଦୁଇଟି ଆଙ୍ଗୁଳିରେ ହିଁ ଲେଖିଥାନ୍ତି । ବରଜା କହିଛନ୍ତି ତାଙ୍କ ଜୀବନ ହେଉଛି ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ, ଯାହାକୁ ସେ ସ୍ୱୀକାର କରିଛନ୍ତି । ତେବେ ନିଜର ଏହି ସଫଳତାର ଶ୍ରେୟ ବରଜା ନିଜ ବାପା ମା’ ଏବଂ ଅଧ୍ୟାପକ ମାନଙ୍କୁ ସମର୍ପିତ କରିଛନ୍ତି । ଏବଂ ଆଗକୁ ଯାଇ ଜଣେ ଭଲ ଶିକ୍ଷକ ହେବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝି କହିଛନ୍ତି ଯେ, ବରଜା ନିଜ କଠିନ ପରିଶ୍ରମ ଦ୍ୱାରା ଭଲ ନମ୍ବର ରଖି ସମସ୍ତ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ବରଜାଙ୍କର ବାପା ଜଣେ ଦିନ ମଜୁରିଆ ଅଟନ୍ତି ଏବଂ ନିଜ ପୁଅର ଏଭଳି ସଫଳତାରେ ସେ ଅତ୍ୟନ୍ତ ଖୁସି ଅଛନ୍ତି । ବରଜାଙ୍କର ମା’ କହିଛନ୍ତି ଯେ, ବରଜା ଦିନରେ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ନିଜ ପୁଅର ଏଭଳି ସଫଳତାରେ ସେ ଗର୍ବିତ ଅଟନ୍ତି । ବରଜା କୁମାର ଦାସ ନିଜ ସଫଳତାରେ ସମସ୍ତ ଲୋକମାନଙ୍କୁ ଜୀବନରେ ନିଜ ମନୋବଳକୁ ସବୁବେଳେ ଜୀବିତ ରଖିବାକୁ ପ୍ରେରଣା ଦେଇଛି ।