ସୁନ୍ଦରଗଡ଼ ଲହୁଣୀପଡ଼ାରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ : ୫ ଗୁରୁତର

57

କନକ ବ୍ୟୁରୋ: ସୁନ୍ଦରଗଡ଼ ଲହୁଣୀପଡ଼ାରେ ଦୁର୍ଘଟଣା । ବିରିତୋଳ ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଟ୍ରକ ମୁହାଁମୁହିଁ ହୋଇଛି । ଏଥିରେ ୧୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବସଟି ବଣାଇରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ଓଡି ୧୪-୦୯୭୯ ନମ୍ବର ବିଶିଷ୍ଟ ରାକେଶ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ରାଉରକେଲା ଯାଉଥିବା ବେଳେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରିତଳା ନିକଟରେ ସାମନା ପଟୁ ଆସୁଥିବା ଓଡି୧୪ ଏସ ୦୯୨୨ ନମ୍ବର ବିଶିଷ୍ଟ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କୁ ରାଉରକେଲା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।