ଛୁଟିର ବର୍ଷ ୨୦୧୮ ! ୱିକେଣ୍ଡ ସହ ମିଶିଯାଉଛି ପର୍ବପର୍ବାଣିର ଛୁଟି, ଜାଣନ୍ତୁ କେଉଁ ମାସରେ କେତେ ଛୁଟି
ବିଦାୟ ନେଇଛି ପୁରୁଣା ବର୍ଷ । ନୂଆ ଆଶା ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୧୮ । ତେବେ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚଳିତ ନୂଆବର୍ଷ ଏକ ନୂଆ ରୂପରେ ଆସିଛି । ୨୦୧୮ରେ ପର୍ବପର୍ବାଣି ଛୁଟି ସହ ୱିକେଣ୍ଡକୁ ମିଶାଇ ଲମ୍ବା ଛୁଟିର ମଜା ନେଇ ପାରିବେ ଚାକିରିଆ ବ୍ୟକ୍ତି । ୨୦୧୮ରେ ୧୫ଟି ଲମ୍ବା ୱିକେଣ୍ଡର ମଜା ପାଇପାରିବେ ଚାକିରି କରୁଥିବା ବ୍ୟକ୍ତି । ଯେଉଁ ସମୟରେ ଆପଣ ବାହାରକୁ ବୁଲିଯିବା ସହ ଲମ୍ବା ଟୁରରେ ମଧ୍ୟ ଯାଇପାରିବେ । ଏଠାରେ ଆମେ ଆପଣଙ୍କ ପାଇଁ ପୂରା ବର୍ଷର ଲମ୍ବା ୱିକେଣ୍ଡର ଲିଷ୍ଟ ପ୍ରସ୍ତୁତ କରିଛୁ ଯାହାଦ୍ୱାରା ଜଣେ ବ୍ୟକ୍ତି ୱିକେଣ୍ଡ ଛୁଟିର ମଜା ନେବା ପାଇଁ ପୂର୍ବରୁ ପ୍ରସ୍ତୁତି କରିପାରିବ । ଆସନ୍ତୁ ଜାଣିବା ଚଳିତବର୍ଷର ୧୫ଟି ଲମ୍ବା ୱିକେଣ୍ଡ ବିଷୟରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାନୁଆରୀ : ଜାନୁଆରୀ ମାସରେ ଯଦି ଆପଣ କେଉଁଠିକୁ ବୁଲି ଯିବାକୁ ଚାହୁଁଥାନ୍ତି ତେବେ ପ୍ରସ୍ତୁତ ହୋଇଯାଆନ୍ତୁ । ବିନା ଅଫିସ ଛୁଟି କରି ୱିକେଣ୍ଡର ଜବରଦସ୍ତ ମଜା ଉଠାଇପାରିବେ । ଜାନୁଆରୀ ମାସରେ ୩ ଦିନିଆ ଦୁଇଟି ୱିକେଣ୍ଡ ରହୁଛି । ଜାନୁଆରୀ ୨୨ ତାରିଖରେ ବସନ୍ତ ପଞ୍ଚମୀ ଅଥାର୍ତ ସରସ୍ୱତୀ ପୂଜା ପଡୁଛି । ସୋମବାର ସରସ୍ୱତୀ ପୂଜା ପାଳନ କରାଯିବାକୁ ଥିବା ବେଳେ ଏହାପୂର୍ବରୁ ଶନିବାର ଓ ରବିବାର ଦୁଇଦିନ ଛୁଟି ରହୁଛି । ଏହାବାଦ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ପଡୁଥିବା ବେଳେ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ଭାବେ ଛୁଟି ରହିବ । ତେଣୁ ଜାନୁଆରୀ ମାସରେ ଆପଣ ଦୁଇଟି ୱିକେଣ୍ଡର ମଜା ଉଠାଇପାରିବେ ।
ଫେବ୍ରୁଆରୀ : ଫେବ୍ରୁଆରୀ ୧୩ ତାରିଖ ଅଥାର୍ତ ମଙ୍ଗଳବାର ମହାଶିବରାତ୍ରୀ ପାଇଁ ସମସ୍ତ ଅଫିସ ଛୁଟି ରହିବ । ତେଣୁ ୱିକେଣ୍ଡର ମଜା ନେବା ପାଇଁ କେବଳ ସୋମବାର ଆପଣ ଅଫିସରୁ ଛୁଟି ନେଇପାରିବେ ।
ମାର୍ଚ୍ଚ: ମାର୍ଚ୍ଚ ମାସରେ ୪ ଦିନିଆ ୨ଟି ୱିକେଣ୍ଡର ମଜା ଉଠାଇ ପାରିବେ । ଏହି ମାସରେ ଦୁଇଥର ଲଗାତାର ୪ ଦିନ ଲେଖାଏଁ ଛୁଟି ରହୁଛି । ମାର୍ଚ୍ଚ ୧ରେ ହୋଲିକା ଦହନ ପାଇଁ ଛୁଟି ରହୁଥିବା ବେଳେ ମାର୍ଚ୍ଚ ୨ ତାରିଖରେ ହୋଲି ପାଇଁ ଅଧିକାଂଶ ଅଫିସ ଛୁଟି ରହିବ । ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ରହୁଥିବାରୁ ୱିକେଣ୍ଡର ଭରପୂର ମଜା ଉଠାଇପାରିବେ । ସେହିଭଳି ମାର୍ଚ୍ଚ ୨୯ରେ ମହାବୀର ଜୟନ୍ତୀ, ୩୦ରେ ଗୁଡ ଫ୍ରାଇଡେ, ୩୧ ଶନିବାର, ୧ ଅପ୍ରେଲ ରବିବାର ପଡୁଥିବାରୁ ଏହି ୱିକେଣ୍ଡରେ ପରିବାର ସହ ବାହାରକୁ ବୁଲି ଯିବା ପାଇଁ ପ୍ଲାନ କରିପାରିବେ ।
ଅପ୍ରେଲ: ଅପ୍ରେଲ ୨୮ ଶନିବାର, ୨୯ ରବିବାର, ୩୦ ବୁଦ୍ଧ ପୂର୍ଣ୍ଣିମା ଓ ମଇ ୧ରେ ଶ୍ରମିକ ଦିବସ ପଡୁଥିବାରୁ ଏହି ଚାରିଦିନ ଛୁଟି ରହିବ । ତେଣୁ ଏହି ସମୟରେ ମଧ୍ୟ ୱିକେଣ୍ଡ ପ୍ଲାନ କରିପାରିବେ । ତେବେ ମଇ ମାସ ଓ ଜୁଲାଇ ମାସରେ ଲମ୍ବା ୱିକେଣ୍ଡ ନଥିବାରୁ ଅପ୍ରେଲ ମାସରେ ହିଁ ମଜା ଉଠାଇ ନିଅନ୍ତୁ ।
ଜୁନ : ଜୁନ ମାସରେ ୧୫ ତାରିଖ ଅଥାର୍ତ ଶୁକ୍ରବାର ଇଦ-ଉଲ-ଫିତର ପାଇଁ ଛୁଟି ରହିଥିବା ବେଳେ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ରହୁଛି । ତେଣୁ ଏହି ୱିକେଣ୍ଡ ପାଇଁ ମଧ୍ୟ କିଛି ନୂଆ ପ୍ଲାନ କରିପାରିବେ ।
ଅଗଷ୍ଟ: ଯଦି ବାହାରକୁ ବୁଲିଯିବାକୁ ଚାହୁଁଥାନ୍ତି ତେବେ ଅଗଷ୍ଟ ମାସକୁ ଅପେକ୍ଷା କରନ୍ତୁ । ସ୍ୱାଧୀନତା ଦିବସ ପାଇଁ ଅଗଷ୍ଟ ୧୫ ତାରିଖ ଛୁଟି ରହୁଥିବା ବେଳେ ୧୬ ତାରିଖରେ ଅଫିସରେ ଛୁଟି ପାଇଁ ଆବେଦନ କରନ୍ତୁ । କାରଣ ୧୭ ତାରିଖରେ ପାର୍ସି ନବ ବର୍ଷ ପାଇଁ ଛୁଟି ରହୁଥିବା ବେଳେ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ପଡୁଛି । ତେଣୁ ଏହି ୱିକେଣ୍ଡର ମଜା ନେବା ପାଇଁ ଆଦୌ ସୁଯୋଗ ହାତଛଡା କରନ୍ତୁ ନାହିଁ । ସେହିଭଳି ଅଗଷ୍ଟ ମାସରେ ଆଉ ଏକ ଲମ୍ବା ୱିକେଣ୍ଡ ମଧ୍ୟ ରହିଛି । ୨୨ ତାରିଖରେ ଇଦ-ଉଲ-ଅଦା ପାଇଁ ଛୁଟି ରହୁଥିବାରୁ ୨୩ ତାରଖିରେ ଅଫିସରେ ଛୁଟି ନେଲେ ପୁଣି ଏକ ୱିକେଣ୍ଡର ଆପଣ ମଜା ପାଇପାରିବେ । କାରଣ ପରବର୍ତ୍ତୀ ତିନି ଦିନ ମଧ୍ୟରୁ ୨୪ ତାରିଖ ଓନାମ ପଡୁଥିବା ବେଳେ ୨୫ ଓ ୨୬ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ରହୁଛି ।
ସେପ୍ଟେମ୍ବର : ସେପ୍ଟେମ୍ବର ୧ଓ ୨ ତାରିଖ ଶନିବାର ଓ ରବିବାର ରହୁଥିବା ବେଳେ ୩ ତାରିଖରେ ଜନ୍ମଷ୍ଟମୀ ପାଇଁ ଛୁଟି ରହିବ । ସେହିଭଳି ୧୩ ତାରିଖରେ ଗଣେଶ ଚତୁର୍ଥୀ ପାଇଁ ସମସ୍ତ ଅଫିସ ଛୁଟି ରହିବ । ୧୪ରେ ଅଫିସରୁ ଛୁଟି ଆଣି ପାରିଲେ ଆପଣଙ୍କ ୱିକେଣ୍ଡ ମଜାଦାର ହୋଇପାରିବ । କାରଣ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ରହୁଛି ।
ଅକ୍ଟୋବର : ଅକ୍ଟୋବର ମାସରେ ଲମ୍ବା ୱିକେଣ୍ଡର ମଜା ନେବାକୁ ସ୍ଥିର କରିଥିଲେ ଆପଣଙ୍କୁ ସେପ୍ଟେମ୍ବର ମାସରୁ ପ୍ଲାନ କରିବାକୁ ପଡିବ । କାରଣ ଅକ୍ଟୋବର ମାସର ଲମ୍ବା ୱିକେଣ୍ଡର ଆରମ୍ଭ ସେପ୍ଟେମ୍ବର ମାସର ଶେଷ ଶନିବାର ଓ ରବିବାରରୁ ହିଁ ଆରମ୍ଭ ହେବ । ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଶନିବାର ଓ ରବିବାର ପଡୁଥିବାରୁ କେବଳ ୧ ତାରିଖରେ ଆପଣଙ୍କୁ ଅଫିସରୁ ଛୁଟି ନେବାକୁ ପଡିବ । କାରଣ ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ସରକାରୀ ଛୁଟି ରହୁଥିବାରୁ ୪ ଦିନିଆ ଛୁଟି ସହ ଲମ୍ବା ୱିକେଣ୍ଡର ମଜା ପାଇପାରିବେ ଚାକରିଆ କର୍ମଚାରୀ । ଠିକ୍ ସେହିଭଳି ଅକ୍ଟୋବର ୧୮ ତାରିଖ ରାମ ନବମୀ, ୧୯ରେ ଦଶହରା, ୨୦ ଶନିବାର ଓ ୨୧ ରବିବାର ରହୁଥିବାରୁ ବିନା ଛୁଟିରେ ମଧ୍ୟ ଦଶହରାର ଜବରଦସ୍ତ ମଜା ପାଇପାରିବେ ।
ନଭେମ୍ବର : ନଭେମ୍ବର ମାସରେ ଲଗାତାର ୯ଟି ଛୁଟି ରହିଛି । କେବଳ ୬ ତାରିଖରେ ଅଫିସରୁ ଛୁଟି ଆଣି ପାରିଲେ ପୂରା ଲମ୍ବା ଛୁଟିର ମଜା ନେଇ ପାରିବେ । କାରଣ ୩ ଓ ୪ ଶନିବାର ,ରବିବାର ପଡୂୁଥିବା ବେଳେ ୫ ତାରିଖ ଧନତେରାଶ ପାଇଁ ଛୁଟି ରହିବ । ୭ ତାରିଖରେ ଦୀପାବଳୀ, ୮-ଗୋବର୍ଦ୍ଧନ ପୂଜା, ୯- ଭାଇ ଦୁଜ, ୧୦ ଓ ୧୧ ଯଥାକ୍ରମେ ଶନିବାର ଓ ରବିବାର ପଡୁଥିବାରୁ ଲମ୍ବା ଛୁଟି ନେଇ ବାହାରକୁ ଟୁରରେ ଯାଇପାରିବେ ।
ଡିସେମ୍ବର : ଡିସେମ୍ବର ମାସରେ ବେଶି ଛୁଟି ନଥିଲେ ମଧ୍ୟ ଶୀତ ଦିନରେ ପିକନିକର ମଜା ଉଠାଇପାରିବେ ।ଏଥିପାଇଁ ଅଫିସରୁ କେବଳ ଗୋଟିଏ ଦିନ ପାଇଁ ଛୁଟି ଆଣିବାକୁ ପଡିବ । କାରଣ ଡିସେମ୍ବର ୨୨ ଓ ୨୩ ତାରିଖ ଶନିବାର, ରବିବାର ପଡୁଛି । ତେଣୁ କେବଳ ୨୪ ତାରିଖରେ ଅଫିସରୁ ଛୁଟି ଆଣି ପାରିଲେ ଆପଣଙ୍କ ୱିକେଣ୍ଡ ମଜାଦାର ହୋଇପାରିବ । କାରଣ ୨୫ ତାରିଖ ଖ୍ରୀଷ୍ଟମାସ ପାଇଁ ଛୁଟି ରହିବ । ପୂରା ବର୍ଷର ୱିକେଣ୍ଡ ବିଷୟରେ ଜାଣିବା ପରେ କେଉଁ ମାସରେ ବାହାରକୁ ବୁଲି ଯିବେ ସେ ବିଷୟରେ ଏବେଠୁ ପ୍ଲାନ କରନ୍ତୁ ।