କେରଳରେ ଆସିଥିବା ସାଙ୍ଘାତିକ ବନ୍ୟାରେ ଅନେକ କ୍ଷେୟ କ୍ଷତି ହୋଇଛି । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଦ୍ୱାର ସବୁ ଉଜୁଯିଯାଇଛି । ଏବେ ବି ଲୋକମାନେ ରହିବା ପାଇଁ ହନ୍ତସନ୍ତ ହେଉଛନ୍ତି । ତେଣୁ ଏହି ବେସାହାରା ଲୋକମାନଙ୍କ ଘର ସଜାଡିବା ପାଇଁ ଏବଂ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଘରକୁ ପୁଣି ଥରେ ତିଆରି କରିବା ପାଇଁ ସ୍ୱାସ୍ଥ୍ୟସେବା ପ୍ରଦାତା ଏଷ୍ଟର ଡିଏମ ହେଲଥ କେୟାର ରାଜ୍ୟବାସିଙ୍କୁ ୧୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, କମ୍ପାନୀ ଦ୍ୱାରା ରାଜ୍ୟକୁ ଦିଆଯାଇଥିବା ୧୫ କୋଟିରୁ ୧୨.୫ କୋଟି ଟଙ୍କା ବେଘର ହୋଇଯାଇଥିବା ଲୋକଙ୍କ ପାଇଁ ବାସ ଘର ଯୋଗାଇ ଦେବାରେ ଖର୍ଚ୍ଚ କରାଯିବ । ତେବେ ବାକି ଟଙ୍କାରେ ଯେଉଁ ଲୋକମାନଙ୍କର ନିଜଶ୍ୱ ଜମି ଅଛି ସେମାନଙ୍କୁ ବାସ ଘର ଯୋଗାଇଦେବା ପାଇଁ ଆଲୋଚନା କରାଯିବ ।