ଭିତରକନିକାରେ ଅନେକ ଗୋରୀ  ! ଜାତୀୟ ଉଦ୍ୟାନରେ ଚିହ୍ନଟ ହେଲେ ୧୫ଟି ଧଳା କୁମ୍ଭୀର 

କୁମ୍ଭୀର ଗଣନା ବେଳେ ଚିହ୍ନଟ କଲା ବନ ବିଭାଗ 

92

କନକ ବ୍ୟୁରୋ : ଭିତରକନିକାରେ ଅଛନ୍ତି ୧୫ ଧଳା କୁମ୍ଭୀର । ଗଣନାବେଳେ ଏହି  ତଥ୍ୟ ସାମ୍ନାକୁ ଆସିଛି  । ଗୋରୀ ଭଳି ଶଙ୍ଖ ମଲମଲ ୧୫ଟି ଧଳା କୁମ୍ଭୀର ଅଛନ୍ତି ଏହି ଜାତୀୟ ଉଦ୍ୟାନରେ । ଏଠାରେ ଥିବା ନଦୀରେ ଗଣନା ବେଳେ ଧଳା ରଙ୍ଗର ଶଙ୍ଖୁଆ କୁମ୍ଭୀରକୁ ଦେଖିବାକୁ ମିଳିଛି । ଗତ ୬ ତାରିଖରୁ ୧୪ ତାରିଖ ଯାଏଁ ଭିତରକନିକାରେ ଏହି କୁମ୍ଭୀର ଗଣନା କରାଯାଇଥିଲା ।

ଗଣନା ବେଳେ ୧୭୪୨ ଟି କୁମ୍ଭୀରକୁ ଠାବ କରାଯାଇଛି । ନଦୀର ପାଟ୍ଟଶାଳା, ଧାମରା ଓ ଭିତରକନିକାରେ ଏହି କମ୍ଭୀର ରହିଛନ୍ତି । ଏଥିମଧ୍ୟରୁ ୩ଟି ଧଳାକୁମ୍ଭୀର ଛୁଆଙ୍କୁ ଦେଖିବାକୁ ମିଳିଥିବାବେଳେ  ଗୁପ୍ତି ନିକଟରେ ୧୪ରୁ ୧୬ ଫୁଟ ଲମ୍ବର ଅଣ୍ଡିରା ଧଳା କୁମ୍ଭୀର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡରେ ସାଧାରଣତଃ ଏହି କୁମ୍ଭୀର ଦେଖିବାକୁ ମିଳିଥାଏ ।

ସେହିପରି ଭିତରକନିକା ଅଞ୍ଚଳରେ ଡଲଫିନ୍ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧୢରେ ଓ ଭିତରକନିକା ମଧୢରେ ଥିବା କ୍ରିକ୍ ଓ ନଦୀରେ ଆସନ୍ତା ୧୯ତାରିଖ ଦିନ ଗଣନା କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିବା ବେଳେ ୨୦୧୫ରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର ଓ ବାରିପଦାରେ ଡଲଫିନ୍ ଗଣନା କରାଯାଉଛି।