ଭଦ୍ରକ ସହରରେ ଶ୍ରୀରାମ ନବମୀ ଶୋଭାଯାତ୍ରାକୁ ନା । ସହରରେ ଆଗୁଆ ଜାରି ହେଲା ୧୪୪ ଧାରା, ସୋସିଆଲ ମିଡିଆରେ ଧର୍ମ ସଂକ୍ରାନ୍ତ ପୋଷ୍ଟ ନକରିବାକୁ ପ୍ରଶାସନର ତାଗିଦ୍

35

କନକ ବ୍ୟୁରୋ : ଭଦ୍ରକ ସହରରେ ଶ୍ରୀରାମ ନବମୀ ଶୋଭାଯାତ୍ରାକୁ ନା । ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକ ସହରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଚଳିତ ମାସ ୨୫ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଥିବାବେଳେ ସତର୍କତାମୂଳକ ଭାବେ ଏହି ପଦକ୍ଷେପ ନେଇଛି ପ୍ରଶାସନ । ସହରରେ ୨୧ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ସନ୍ଧ୍ୟା ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇ ୧୪୪ ଧାରା ଜାରି କରାଯାଇଛି ।

ଏଥିପାଇଁ ପ୍ରଶାସନ ପକ୍ଷରୁ ରାମନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ସେହିଭଳି ସୋସିଆଲ ମିଡିଆରେ ଧର୍ମିୟ ଭାବନା ପୋଷ୍ଟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଗତବର୍ଷ ଏପ୍ରିଲ ମାସରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତେଜନା ଦେଖାଦେଇଥିଲା । ଏଥିପାଇଁ ସହରରେ ୪୫ ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲା ପ୍ରଶାସନ । ତେଣୁ ଚଳିତବର୍ଷ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ବେଶ ଯତ୍ନବାନ ହୋଇଛି ପୋଲିସ ପ୍ରଶାସନ ।