ପିପିଲି କଣାସରେ ୧୪୪ ଧାରା ଜାରି । ତହସିଲଦାରଙ୍କ ବଦଳି ଦାବିରେ ଧାରଣାରେ ସୁରକ୍ଷା ମଂଚ

44

କନକ ବ୍ୟୁରୋ : ପୁରୀ ଜିଲ୍ଲା ପିପିଲି କଣାସରେ ୧୪୪ ଧାରା ଜାରି । କଣାସ ସୁରକ୍ଷା ମଂଚ ପକ୍ଷରୁ ତହସିଲଦାରଙ୍କ ବଦଳି ଦାବିରେ ଆଜି ଶୋଭାଯାତ୍ରା କରାଇ ନଦେବାକୁ ୧୪୪ ଧାରା ଜାରି କରିଛି ପୁଲିସ୍ । ପାଖାପାଖି ଦେଢ଼ ହଜାରରୁ ଉର୍ଦ୍ଧ ସଦସ୍ୟ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି ପୁଲିସ୍ । ସାତ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି ।

ପରିସ୍ଥିିତି ଉପରେ ଆଇଆଇସି, ସ୍ପେଶିଆଲ ଅଫିସର ସମେତ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହି ନଜର ରଖିଛନ୍ତି । ତହସିଲଦାରଙ୍କ ବଦଳି ଦାବିରେ କଣାସ ସୁରକ୍ଷା ମଂଚ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମୁଖରେ ୧୫ଦିନ ହେଲା ଧାରଣା ଜାରି ରହିଛି । କିଛି ଦିନ ତଳେ ଜଣେ ସ୍ଥାନୀୟ ଯୁବକ  ସମ୍ପୃକ୍ତ ତହସିଲଦାରଙ୍କୁ ଅଫିସ୍ ଭିତରେ ପଶି ମାଡ ମାରିଥିଲେ । ଯାହାକୁ ନେଇ ବିବାଦ ବଢ଼ିଥିଲା । ଏନେଇ ଥାନାରେ ପହଁଚିଥିଲା ମାମଲା ।