Jio କୁ ଟକ୍କର ଦେବ Idea। ଗ୍ରାହକଙ୍କ ପାଇଁ ଆଣିଲା ବିଶେଷ ଅଫର । ପ୍ରତିଦିନ ମିଳିବ 5GB ଡାଟା

31
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଡିଆ ଆଣିଛି ନୂଆ ଅଫର । ଆଇଡିଆ ଏକ ନୂଆ ପ୍ରିପେଡ ପ୍ୟାକ ଲଞ୍ଚ କରିଛି । ଏଥିରେ ପ୍ରତିଦିନ ଅନଲିମିଟେଡ କଲିଂ ସେବା ସହ 5GB  4G/2G ଡାଟା ଦିଆଯାଉଛି । ଏହି ପ୍ୟାକରେ ପ୍ରତିଦିନ 100SMS ମଧ୍ୟ ରହିଛି । ଏହି ପ୍ଲାନର ମୂଲ୍ୟ ୯୯୮ ଟଙ୍କା ରଖାଯାଇଛି । ଏବଂ ଏହାର ଭାଲିଡିଟି ୩୫ ଦିନ ରହିଛି । Ideaର ଏହି ପ୍ୟାକର ମୁକାବିଲା ଏୟାରଟେଲ ଏବଂ ରିଲାଏନ୍ସ ଜିଓର ୭୯୯ ଟଙ୍କାର ପ୍ୟାକ ସହ ହେବ ।
ଏହି ପ୍ଲାନ ସହ ପ୍ରିପେଡ୍ Subscribers ଙ୍କୁ Idea ର ମ୍ୟାଜିକ୍ ଅଫର ମଧ୍ୟ ଦିଆଯାଉଛି  । ଏଥିରେ Idea Application କିମ୍ବା Website ରେ ରିଚାର୍ଜ କଲେ ୩,୩୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ବ୍ୟାକ ଦିଆଯିବ । ଆଇଡିଆ ତାର ୯୯୮ ଟଙ୍କାର ପ୍ୟାକରେ କଲିଂ ସେବାକୁ ନେଇ କିଛି ଲିମିଟ ରଖିଛି । ଏଥିରେ ପ୍ରତିଦିନ ୨୫୦ମିନିଟ୍, ପ୍ରତିମିନିଟ୍ ୧୦୦୦ ମିନିଟ୍ ଏବଂ ପ୍ରତି ସପ୍ତାହ ୧୦୦ ୟୁନିକ୍ ନମ୍ବର୍ସ ର ବୈଧ୍ୟତା ରଖାଯାଇଛି ।
ଯେଉଁ Subscribersଏହି ସୀମାକୁ ଅତିକ୍ରମ କରିବେ ସେମାନଙ୍କୁ ଲୋକାଲ ଏବଂ ଏସଟିଡି କଲିଂ ପାଇଁ ୧ପଇସା ପ୍ରତି ସେକେଣ୍ଡ ମୂଲ୍ୟରେ ଦେୟ ଦେବାକୁ ପଡିବ । ବର୍ତ୍ତମାନ ସମୟ ପାଇଁ ଏହି ସେବାକୁ କେବଳ ଓଡିଶା ପାଇଁ ଉପଲବ୍ଧ କରାଯାଇଛି ।  ଏହି ସେବାର ଲାଭ ୨୮ଦିନ ପାଇଁ କର୍ଣ୍ଣାଟକ ସହରରେ ଉଠା ଯାଇପାରିବ । କିନ୍ତୁ ଏଥିରେ ଆଇଡିଆର ମ୍ୟାଜିକ କ୍ୟାସ୍ ବ୍ୟାକ୍ ଅଫର ମିଳିବନାହିଁ ।
ସେହିପରି ଜିଓ ନିଜର ୭୯୯ ଟଙ୍କାର ପ୍ଲାନରେ ୨୮ଦିନ ପାଇଁ ପ୍ରତିଦିନ ୫ଜିବି  ୪ଜି ଡାଟା ଦେଉଛି । ଏଥିରେ ଅନଲିମିଟେଡ କଲିଂ ସେବା ସହ ଏସଏମଏସ ର ଲାଭ ମଧ୍ୟ ମିଳିବ । ଏହାଛଡା ଏୟାରଟେଲ ନିଜର ୭୯୯ ଟଙ୍କାର ପ୍ଲାନରେ ପ୍ରତିଦିନ ମାତ୍ର ୩.୫ ଜିବି ୪ଜି ଡାଟା ଦେଉଛି । ଏହି ପ୍ଲାନର ମଧ୍ୟ ଭାଲିଡିଟି ୨୮ଦିନ ପର୍ଯ୍ୟନ୍ତ ହିଁ ରହିଛି ।