ସାଇକେଲ୍ ଧକ୍କାରୁ ହତ୍ୟା । ୧୪ ବର୍ଷର ପିଲାକୁ ଛୁରି ଭୁସିଦେଲା ୧୨ ବର୍ଷର ନାବାଳକ । ମାଉସୀ ଘରକୁ ବୁଲି ଆସି ସବୁଦିନ ପାଇଁ ଆଖି ବୁଜିଦେଲେ ତୁଷାର

33

କନକ ବ୍ୟୁରୋ: ସମ୍ବଲପୁରରେ ସାମାନ୍ୟ କଳିରୁ ଘଟିଯାଇଛି ଜଘନ୍ୟ କାଣ୍ଡ । ସାଇକେଲ୍ ଧକ୍କା ଦେବାରୁ ଜଣେ ୧୪ ବର୍ଷର ପିଲାକୁ ଛୁରୀ ଭୁସି ଦେଇଛି ଏକ ୧୨ ବର୍ଷର ପିଲା । ଆଉ ଘଟଣାସ୍ଥଳରେ ପ୍ରାଣ ହରାଇଛି ନାବାଳକ ।

ଏକ ସାମାନ୍ୟ ଘଟଣା ଜୀବନ ନେଇଯାଇଛି ଏହି ନାବାଳକର । ସ୍କୁଲ ଛୁଟିରେ ବନାରସରୁ ସମ୍ବଲପୁର, ପିଉସୀ ଘରକୁ ବୁଲି ଆସିଥିଲା ୧୪ବର୍ଷର ତୁଷାର । ହେଲେ ଏଠି, ଏକ ଛୋଟ ଘଟଣା ତାକୁ ମରଣ ମୁହଁକୁ ଠେଲିଦେଇଛି । ସାଇକଲ୍ ହ୍ୟାଣ୍ଡଲ ବାଜିଯିବାରୁ ୧୨ ବର୍ଷର ଶିଶୁ ଛୁରି ଭୁସିଦେଇଥିଲା ତା ଛାତିରେ ।

ଘର ପାଖ ରାସ୍ତା ଉପରେ ସାଇକେଲ୍ ଚଳାଉଥିଲେ ତୁଷାର । ଏହି ସମୟରେ ପାଖରେ ଖେଳୁଥିବା ପଡୋଶୀ ପରିବାରର ଜଣେ ୧୨ ବର୍ଷର ପିଲା ଦେହରେ ବାଜିଯାଇଥିଲା ସାଇକେଲ ହ୍ୟାଣ୍ଡଲ । ଏହାକୁ ନେଇ ଦୁଇ ପିଲାଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଘରୁ ଛୁରି ଆଣି ତୁଷାର ଛାତିରେ ଭୁସି ଦେଇଥିଲା ୧୨ ବର୍ଷର ନାବାଳକ ।

ଘଟଣାଟି ଘଟଇବା ପରେ ମାନସିକ ଭାରସ୍ୟାମ ହରାଇବସିଛି ଛୁରି ଭୁସିଥିବା ଶିଶୁଟି । ତେବେ ଗୋଟିଏ ଛୋଟ ଘଟଣା କିପରି ଜଣେ ନାବାଳକର ଜୀବନ ନେଇଗଲା, ଆଉ ଜଣେ ୧୨ ବର୍ଷର ପିଲାକୁ ହତ୍ୟାକାରୀ ସଜାଇଦେଲା ତାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।