ମାଆ ! ଦୁଇଟି ଅକ୍ଷରରେ ସାରା ବିଶ୍ୱ . . . ଆସନ୍ତାକାଲି ମାତୃ ଦିବସ

254

ଯିଏ ସବୁଠାରୁ ନିଜର । ଯିଏ ହାତ ଧରି ବାଟ ଚାଲିବା ଶିଖାଏ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମାଆ । ଏହା କେବଳ ଏକ ଡାକ ନୁହେଁ ଏଥିରେ ସୀମିତ ସାରା ବିଶ୍ୱ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ମାଆର ଅବଦାନକୁ ମନେ ପକାଇବା ପାଇଁ ଆସନ୍ତା କାଲି ବିଶ୍ୱ ପାଳନ କରୁଛି ମାତୃ ଦିବସ । ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଏ । ଏହି ମାତୃ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମ ପାଳନ କରାଯାଇଥାଏ ।