ସ୍ୱାଧୀନତା ଦିବସରେ ୧୪ଜଣ କଏଦୀଙ୍କୁ ମୁକ୍ତ କରାଇବେ ଏହି ୧୪ ବର୍ଷୀୟ ବାଳକ । ଜାଣନ୍ତୁ କିପରି ?

32

ଚଳିତ ବର୍ଷର ସ୍ୱାଧୀନତା ଦିବସରେ ୧୪ ଜଣ କଏଦୀ ଜେଲ୍ ଦଣ୍ଡରୁ ମୁକ୍ତ ହେବାକୁ ଯାଉଛନ୍ତି । ଏହି ୧୪ଜଣ କଏଦୀଙ୍କ ପାଇଁ ଭଗବାନ ସାଜିଛନ୍ତି ଜଣେ ୧୪ବର୍ଷିୟ ନାବାଳକ । ସ୍କଲାରସିପରୁ ମିଳିଥିବା ଟଙ୍କାକୁ ୧୪ଜଣ କଏଦୀଙ୍କ ପାଇଁ ଜରିମାନା ଆକାରରେ ଦେଇ ଭୋପାଲର ଆୟୁଷ କିଶୋର ଏହି କଏଦୀଙ୍କ ଦଣ୍ଡ କମ କରି ପାରିଛନ୍ତି ।

ସୂଚନା ମୁତାବକ, ୨୦୧୬ରେ ଆୟୁଷଙ୍କୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚାଇଲଡ଼୍ ଆୱାର୍ଡ଼ ଫର୍ ଏକସେପ୍ସନାଲ ଆଚିଭମେଣ୍ଟ ଇନ୍ ଏକାଡ଼େମିକ୍ସ ଆୱାର୍ଡ଼ ଦେଇ ସମ୍ମାନିତ କରିଥିଲେ । ଏଥିରୁ ମିଳିଥିବା ୨୭,୮୫୦ଟଙ୍କା ସେ ୧୪ଜଣ କଏଦୀଙ୍କ ପାଇଁ ଜରିମାନା ଆକାରରେ ଭରିବା ସହ ସେମାନଙ୍କୁ ମୁକ୍ତ କରିବେ ବୋଲି ଜଣାପଡ଼ିଛି । ୧୪ଜଣଙ୍କ ମଧ୍ୟରୁ ୧୨ଜଣ ଇନ୍ଦୋର ଏବଂ ୨ଜଣ ଭୋପାଲ ଜେଲରେ ବନ୍ଦୀ ଥିବା ଜଣା ପଡ଼ିଛି । ଏହି ୧୪ଜଣ କଏଦୀ ହତ୍ୟା ଅଭିଯୋଗରେ ଜେଲ୍ ଦଣ୍ଡ ଭୋଗୁଥିବା ସୂଚନା ମିଳିଛି । ଆୟୁଷଙ୍କ ଏହି କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।