ଅରୁଣାଚଳ ପ୍ରଦେଶରେ ପ୍ରବଳବର୍ଷା ସାଙ୍ଗକୁ ଭୁସ୍ଖଳନ: ୧୪ ମୃତ

24

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ପ୍ରବଳବର୍ଷା କାରଣରୁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ପାପୁମ୍ପା ଜିଲ୍ଲାରେ ବର୍ଷା ସାଙ୍ଗକୁ ଭୁସ୍ଖଳନ ଯୋଗୁଁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଭୁସ୍ଖଳନ ଯୋଗୁଁ ଏହି ୧୪ ଜଣ ବନ୍ୟାଜଳ ପ୍ରଭାବରେ ଭାସି ଯାଇଛନ୍ତି ।

ସାଗାଲି ଉପଖଣ୍ଡର ଲାପତାବ୍ ଗାଁରେ ଗତକାଲି ଅପରାହ୍ନରେ ଏହି ଭୁସ୍ଖଳନ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ଭାସି ଯାଇଥିବା ଏହି ଲୋକଙ୍କୁ ଖୋଜିବା ପାଇଁ ଯୁଦ୍ଧାକଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । ତେବେ ଭୁସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କ ସମବେଦନା ଜଣାଇଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା କୁଣ୍ଡୁ ।