୧୦ ଟଙ୍କିଆ ନକଲି ମୁଦ୍ରା ଚିିହ୍ନିବାରେ ଦ୍ୱନ୍ଦରେ ପଡୁଛନ୍ତି କି ? ଦେଖିରଖନ୍ତୁ ଆରବିଆଇ ଦ୍ୱାରା ଜାରି କରାଯାଇଥିବା ୧୪ଟି ୧୦ ଟଙ୍କିଆ ନକଲି ମୁଦ୍ରା ।

362

କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଲାଗିରହିଥିବା ନକଲି ୧୦ ଟଙ୍କିଆ ମୁଦ୍ରାର ଡର ଏବେ ଯେମିତି ମୁଣ୍ଡବିନ୍ଧାର କାରଣ ପାଲିଟିଛି । ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ଅସଲି ୧୦ ଟଙ୍କିଆ ମୁଦ୍ରାର ପରିଚୟ ମିଳିଛି । ଏହି ତାଲିକାରେ ୧୪ ଟି ୧୦ ଟଙ୍କିଆ ମୁଦ୍ରା ରହିଛି । ଆରବିଆଇ ତରଫରୁ ଏହି ୧୪ ଟି ମୁଦ୍ରାକୁ ଅସଲିର ପରିଚୟ ମିଳିସାରିଛି ଏହି ମୁଦ୍ରା ନେବାକୁ କେହି ବି ମନା କରିପାରିବେ ନାହିଁ ।

ଆପଣ ବଜାରରେ ଦେଖୁଥିବା ୧୦ ଟଙ୍କିଆ ମୁଦ୍ରା ୨୦୦୯ ମସିହାରେ ଛପା ହେବା ଆରମ୍ଭ ହୋଇଥିଲା । ଏହାକୁ ୧୪ ଟି ଅଲଗା ଅଲଗା ଷ୍ଟାଇଲରେ ଛପା ଯାଇଛି ଯାହା ଭାରତର ସଂସ୍କୃତି,ଅର୍ଥନୀତି ଏବଂ ସମାଜକୁ ଦର୍ଶାଉଅଛି । ତେବେ ଆପଣଙ୍କୁ ଆମେ ଏହି ୧୪ ଟି  ୧୦ ଟଙ୍କିଆ ମୁଦ୍ରାର ଝଲକ ଦେଖାଇବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଅସଲି ଏବଂ ନକଲିର ଫରକ ଶୀଘ୍ର ଜଣାପଡିବ ।

୧. ଶ୍ରୀମଦ୍ ରାଜଚନ୍ଦ୍ରଙ୍କ ୧୫୦ ତମ ଜନ୍ମଦିବସରେ ଜାରି କରାଯାଇଥିବା ମୁଦ୍ରା । ୨. ନ୍ୟାସନାଲ ଅର୍କାବ୍ର ୧୨୫ ତମ ବର୍ଷଗଟନରେ ଜାରି କରାଯାଇଥିବା ମୁଦ୍ରା ।

୩. ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜନ୍ମତିଥି ଅବସରରେ ଜାରି କରାଯାଇଥିବା ମୁଦ୍ରା । ୪. ଡ଼.ବି.ଆର.ଆମ୍ବେଦକରଙ୍କ ୧୨୫ ତମ ବାର୍ଷିକୀରେ ଜାରି କରାଯାଇଥିବା ମୁଦ୍ରା ।୫. ଅନ୍ତର୍ଜାତୀୟ ଯୋଗ ଦିବସରେ ଜାରି କରାଯାଇଥିବା ମୁଦ୍ରା ।୬. ମହାତ୍ମା ଗାନ୍ଧିଙ୍କ ଦକ୍ଷିଣ ଆଫ୍ରିକା ଗସ୍ତର ୧୦୦ ତମ ଦିବସ ପୂର୍ଣ୍ଣ ହେବା ଲକ୍ଷରେ ଜାରି କରାଯାଇଥିବା ମୁଦ୍ରା ।୭. କାୟର ବୋର୍ଡର ଡାଇମଣ୍ଡ ଜୁବଲୀରେ ଜାରି କରାଯାଇଥିବା ମୁଦ୍ରା ।୮. ବୈଷ୍ଣବ ଦେବୀ ସ୍ରାଇନ୍ ବୋର୍ଡର ରୋପ୍ୟ ଜୟନ୍ତୀ ଅବସରରେ ଜାରି କରାଯାଇଥିବା ମୁଦ୍ରା ।୯. କନେକ୍ଟିଭିଟି ଏବଂ ଇନଫରମେଶନ୍ ଟେକ୍ନୋଲୋଜୀରେ ଅବସରରେ ଜାରି କରାଯାଇଥିବା ମୁଦ୍ରା । ୧୦. ରିଜର୍ଭ ବ୍ୟାଙ୍କର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଜାରି କରାଯାଇଥିବା ମୁଦ୍ରା । ୧୧. ସାର୍ ହୋମି ଜାହାଙ୍ଗୀର ଭାଭାଙ୍କ ଜନ୍ମତିଥିରେ ଜାରି କରାଯାଇଥିବା ମୁଦ୍ରା । ୧୨. ବିବିଧତାରେ ଏକତା ଦର୍ଶାଉଥିବା ୧୦ ଟଙ୍କିଆ ମୁଦ୍ରା ।

୧୩. ଭାରତୀୟ ସଂସଦର ୬୦ ବର୍ଷ ପୂର୍ତ୍ତୀ ଅବସରରେ ଜାରି କରାଯାଇଥିବା ମୁଦ୍ରା । ୧୪. ସାମାନ୍ୟ ୧୦ ଟଙ୍କିଆ ମୁଦ୍ରା ।