କଟକରୁ ୧୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ସିଡବ୍ଲୁସି : ପୁଲିସର ତନାଘନା ଜାରି

40

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରୁ ୧୪ ଜଣ ନାବାଳକ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ୱେଲଫେୟାର କମିଟି । । କଟକ ନୂଆପଡା ଅଂଚଳରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଏହି ନାବାଳକମାନଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ଦେହରେ ଚେଙ୍କ ଚିହ୍ନ ରହିଛି । ଫ୍ୟାକ୍ଟ୍ରିରେ ପିଲାମାନଙ୍କୁ ନାନା ନିର୍ଯାତନା ସହ ଚେଙ୍କ ଦିଆଯାଉଥିବା ଅଭିଯୋଗ ହୋଇଛି । ମଧୁପାଟଣା ଥାନାରୁ ଖବର ପାଇ ଚାଇଲ୍ଡ ୱେଲଫେୟାର  ର ଏକ ଟିମ ଫ୍ୟାକ୍ଟ୍ରିରେ ପହଂଚି ପିଲାମାନଙ୍କୁ ଉଦ୍ଧାର କରିଛି । ଏମାନେ ସମସ୍ତେ ମାଲକାନାଗିରି,ଭଦ୍ରକ, ଅନୁଗୁଳ,କଟକ ଅଂଚଳର ହୋଇଥିବାବେଳେ ପିଲାଙ୍କ ବୟସ ୧୪ ରୁ ୧୭ ବର୍ଷ ଭିତରେ ବୋଲି ଜଣାପଡିଛି । ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ଏମାନଙ୍କ ପରିବାବର୍ଗଙ୍କୁ ହସ୍ତାନ୍ତର କରାଯିବ । ସେପଟେ ମିକ୍ସଚର ଫ୍ୟାକ୍ଟ୍ରିର ମାଲିକ ଫେରାର ରହିଛନ୍ତିି ।