ଆରବିଆଇରେ ଚାକିରୀ କରିବାର ମଉକା ! ୬୨,୪୦୦ ରହିବ ଦରମା,ଏଭଳି ଉପାୟରେ କରନ୍ତୁ ଆବେଦନ । 

31

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ଅଫିସର,ଆସିଷ୍ଟାଣ୍ଟ ମ୍ୟାନେଜର,ଭ୍ୟାକେନ୍ସି ବାହାରି ଯାଇଛି । ଉପଯୁକ୍ତ ପ୍ରାର୍ଥୀ ଆବେଦନ କରିବା ପାଇଁ ନିମ୍ନରେ ଦିଆଯାଇଥିବା ବିବରଣୀ ଉପରେ ନଜର ପକାନ୍ତୁ ।

ପଦବୀ : ଲିଗାଲ୍ ଅଫିସର, ,ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଅନ୍ୟ ପଦବୀ ।

ପଦବୀ ସଂଖ୍ୟା : ଆବେଦନ କରିବା ପାଇଁ ୩୦ ଟି ପଦବୀ ଖାଲି ରହିଛି ।

ଯୋଗ୍ୟତା : ଉପଯୁକ୍ତ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଗ୍ରାଜୁଏଟ୍, ପୋଷ୍ଟ-ଗ୍ରାଜୁଏଟ୍, ଏଲ.ଏଲ.ବି,ବି.ଇ. ଏବଂ ବି.ଟେକ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ ।

ଅନ୍ତିମ ତାରିଖ : ୯ ଅଗଷ୍ଟ ୨୦୧୮ ।

ଆବେଦନ ଫିସ୍ : ଜେନେରାଲ୍/ଓବିସି ପ୍ରାର୍ଥୀଙ୍କ ପାଇଁ ୬୦୦ ଟଙ୍କା ଏବଂ ଏସସି/ଏସଟି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫିସ୍ ରହିଛି ।

ଦରମା : ୨୮,୧୫୦ ଠାରୁ ୫୫,୬୦୦ ଏବଂ ୩୫,୧୫୦ ରୁ ଆରମ୍ଭ କରି ୬୨,୪୦୦ ଟଙ୍କା ଦରମା ରହିଛି ।

କିଭଳି କରିବେ ଆବେଦନ : ଉପଯୁକ୍ତ ପ୍ରାର୍ଥୀ  RBI ୱେବସାଇଟ୍ www.rbi.org.in ରେ ଆବେଦନ କରିପାରିବେ ।

ଜବ୍ ଲୋକେସନ୍ : ଅଲ୍ ଇଣ୍ଡିଆ ।