ଆମେରିକାରେ ପୁଣି ଆତଙ୍କବାଦୀ ହମଲା । କାଲିଫର୍ଣ୍ଣିଆର ପବରେ ଅଜଣା ବନ୍ଧୁକଧାରୀର ଆଖିବୁଜା ଗୁଳିମାଡରେ ୧୩ ମୃତ

ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବର୍ବର କାଣ୍ଡ ଘଟିଛି

79

କନକ ବ୍ୟୁରୋ : ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବର୍ବର କାଣ୍ଡ ଘଟିଛି। ଏଠାକାର ଥାଉଜାଣ୍ଡ୍ ଓକ୍ସ ସ୍ଥିତ ଏକ ଡ୍ୟାନ୍ସ ବାରରେ ଗତକାଲି ରାତିରେ ଶତାଧିକ ଲୋକ ନାଚଗୀତରେ ମାତିଥିବା ବେଳେ ହଠାତ୍ ଜଣେ ବନ୍ଧୁକଧାରୀ ବ୍ୟକ୍ତି ବାର୍ ମଧ୍ୟକୁ ପଶି ଅଚାନକ ଗୁଳି ଚଳାଇଥିଲା। କେହି କିଛି ଭାବିବା ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ ୩୦ ରାଉଣ୍ଡ୍ ଗୁଳି ଚଳାଇଥିଲା। ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଆତତାୟୀ ବନ୍ଧୁକଧାରୀ ମଧ୍ୟ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଥାଉଜାଣ୍ଡ୍ ଓକ୍ସ ସ୍ଥିତ ବର୍ଡରଲାଇନ୍ ବାର ଏବଂ ଗ୍ରିଲରେ ରାତି ପ୍ରାୟ ୧୧.୨୦ ସମୟରେ ଏହି ଘଟଣା ଘଟିଛି।

 

ତେବେ ଗୁଳିକାଣ୍ଡ ଘଟାଇଥିବା ଏହି ବନ୍ଧୁକଧାରୀକୁ ଚିହ୍ନଟ କରାଯାଇନି। ସେ କୌଣସି ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ଅଛି କି ନା’ ତାହା ମଧ୍ୟ ଜଣାପଡ଼ିନି। ଉଲ୍ଲେଖେଯାଗ୍ୟ, ଗତବର୍ଷ ଲାସଭେଗାସରେ ଏକ ସଂଗୀତୋତ୍ସବରେ ଗୁଳିକାଣ୍ଡ ହୋଇ ୫୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ଆମେରିକାରେ ଅନେକ ଥର ଏପରି ଭାବରେ ଗୁଳିକାଣ୍ଡ ହେଲାଣି । ପୂର୍ବରୁ ମଧ୍ୟ ଏପରି ଭାବରେ ଗୁଳିକାଣ୍ଡ ହୋଇ ୫୮ ଜଣଙ୍କ ମୁତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଘଟଣା ଜଣାପଡିବା ପରେ ଯଥାଶୀଘ୍ର ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ କେଉଁ ପରିସ୍ଥିତିରେ ଏପରି କାଣ୍ଡ ହେଲା ତାହାର ତଦନ୍ତ ଜାରି ରହିଛି ବୋଲି ସେଠାକାର ଜଣେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।