ଦ୍ୱାଦଶ ପାସ୍ କରିିଥିବା ଆଦିତ୍ୟ ତିଆରି କଲେ ଦେଶୀ ଫେସବୁକ ! ୟୁଜରଙ୍କ ପାଇଁ ରହିଛି ଅନେକ ମଜାଦାର ଫିଚର

54

ଡିଗ୍ରୀ ନୁହେଁ ସଫଳତାର ମାପକାଠି । କେବଳ ସ୍କୁଲ କିମ୍ବା ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଲେ ପ୍ରତିଭା ବିକଶିତ ହୁଏ ନାହିଁ । କଠିନ ପରିଶ୍ରମ ତଥା ଆତ୍ମପ୍ରଚେଷ୍ଟା ବଳରେ କିଛି ବି ସମ୍ଭବପର ହୋଇପାରେ । ଆଉ ଏକଥାକୁ ସତ କରି ଦେଖାଇଛନ୍ତି ଝାଡ଼ଖଣ୍ଡ ପଲାମୁ ଜିଲ୍ଲାର ଜଣେ ଛାତ୍ର । ଆଧୁନିକ ଜ୍ଞାନକୌଶଳରେ କୌଣସି ଡିଗ୍ରି ତଥା କୌଣସି କମ୍ପ୍ୟୁଟର କୋର୍ସ ନକରି ନିଜର ଆତ୍ମପ୍ରଚେଷ୍ଟା ବଳରେ ଦ୍ୱାଦଶ ପାସ ଛାତ୍ର ଆଦିତ୍ୟ ଆଜି ଇଂଟରନେଟର ମାଷ୍ଟର ହୋଇଯାଇଛନ୍ତି । ୧୮ ବର୍ଷୀୟ ଆଦିତ୍ୟ ସିଂ ଇଞ୍ଜିନିୟରି, ସପ୍ଟୱେୟର, କିମ୍ବା ଆଇଟିରେ ବିଧିବଦ୍ଧ ଭାବେ କୌଣସି ଡିଗ୍ରି ହାସଲ କରିନହାନ୍ତି । କିନ୍ତୁ ବହୁତ ଅଳ୍ପ ବୟସରୁ ଜଣେ ସଫଳ ଡେଭଲପର ରୂପେ ସେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି । ନିକଟରେ ଆଦିତ୍ୟ ସୋସିଆଲ ଲୋକପ୍ରିିୟ ନେଟୱର୍କି ସାଇଟ୍ ଫେସବୁକ ପରି ଏକ ନୂଆ ୱେବସାଇଟ୍ ତଆରି କରିଛନ୍ତି, ଯାହାର ନାମ ହେଲା ବୀଲକଅପ୍ସ । ମାତ୍ର ଏକ ମାସରେ ମଧ୍ୟରେ ହିଁ ହଜାର ହଜାର ଲୋକ ଏହି ୱେବସାଇଟରେ ଆକାଉଂଟ ଖୋଲି ସାରିଛନ୍ତି ।

ଆଦିତ୍ୟ କୁହନ୍ତି, ପିଲାଦିନୁ ହିିଁ କମ୍ପ୍ୟୁଟର ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା । ୨୦୧୫ରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଘରେ ଥିବା କମ୍ପ୍ୟୁଟର ସାହାଯ୍ୟରେ କିଛି ଅନଲାଇନ୍ କୋର୍ସ ଶେଷ କରିଥିଲେ । ୱେବ ଡେଭଲୋପମେଂଟ ଓୱେବ ଡିଜାଇନ ପରି କଠିନ କୋର୍ସକୁ ମଧ୍ୟ ଅନଲାଇନ ମାଧ୍ୟମରେ ଶିଖି ଯାଇଥିଲେ । ପରେ ପରୀକ୍ଷାମୂଳକ ଭାବେ ଚେଷ୍ଟା ଆରମ୍ଭ କରିଥିଲେ । ଆଉ ସେଥିରେ ସଫଳ ମଧ୍ୟ ହୋଇଥିଲେ ।

ଅନେକ ବର୍ଷ ଧରି ଫେସବୁକ ପରି ଏକ ସ୍ୱେଦେଶୀ ୱେବସାଇଟ୍ ତଆରି କିରବା ପାଇଁ ଆଦିତ୍ୟ ଚିନ୍ତା କରୁଥିଲେ । ତେବେ ଫେସବୁକ ପରି ଏକ ୱେବସାଇଟ୍ ତିଆରି କରି ସେ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ବୀଲକୁଅପ୍ସ ତିଆରି କରି ସେ ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏହି ଆପକୁ ଲଗାତାର ବିକଶିତ କରିବା ସହ ପ୍ରତିଦିନ ନୂଆ ନୂଆ ଫିଚର ସାମିଲ କରିବା ପାଇଁ ନିରନ୍ତର କାମ ଚଳାଇଛନ୍ତି । ଗୁଗଲ ପ୍ଲେଷ୍ଟୋରେ ଏହି ୱେବସାଇଟର ଆଣ୍ଡଏଡ଼୍ ଭର୍ସନ ଆପ ମାଧ୍ୟମରେ ଉପଲବ୍ଧ ରହିଛି । ଆଦିତ୍ୟ ଗତ ବର୍ଷ ୭୪ ପ୍ରତିଶତ ମାର୍କ ରଖି ଦ୍ୱାଦଶ ପାସ୍ କରିଛନ୍ତି ।