ଯୌତୁକ ଟଙ୍କାର ହିସାବ ଲଗାଉଛି ୱେବସାଇଟ ! ବରକୁ କେତେ ଟଙ୍କା ଯୌତୁକ ନେବା ଦରକାର ତାହା ଦର୍ଶାଉଛି ଏହି ୱେବସାଇଟ,ଖୁବଶୀଘ୍ର ହେବ ବ୍ୟାନ୍ ।

54

ଭାରତରେ ଯେଉଁଠି ଗୋଟିଏ ପଟେ ଯୌତୁକ ପ୍ରଥା ଭଳି ସାମାଜିକ ବ୍ୟାଧିକୁ ରୋକିବାକୁ ନାନା ପ୍ରକାର ଚେଷ୍ଟା କରାଯାଉଛି ଅନ୍ୟପଟେ ଟେକ୍ନୋଲଜିର ପ୍ରସାର ଦ୍ୱାରା ଏହି ସାମାଜିକ ବ୍ୟାଧିକୁ ପ୍ରଶ୍ରୟ ଦେବାରେ ଏକ ୱେବସାଇଟକୁ ଲଞ୍ଚ୍ କରାଯାଇଛି । ଯୌତୁକ ରେଟ୍ କାଲକୁଲେଟ୍ କରୁଥିବା ଏହି ୱେବସାଇଟ ବରକୁ କେତେ ଟଙ୍କା ଯୌତୁକ ନେବା ଦରକାର ତାର ରେଟିଙ୍ଗ୍ କରୁଛି । ଅନ୍ୟପକ୍ଷେ କେନ୍ଦ୍ରୀୟ ମନ୍ତ୍ରୀ ତଥା ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏଭଳି ୱେବସାଇଟକୁ ବ୍ୟାନ୍ କରିବା ପାଇଁ ଅପିଲ କରିଛନ୍ତି । ସେ ଏହି ୱେବସାଇଟ୍ ବିଷୟରେ ସୁଚନା ଏବଂ ପ୍ରୟୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦକୁ ଚିଠି ଲେଖି ଜଣାଇଛନ୍ତି । ସେ ପତ୍ରରେ କହିଛନ୍ତି କି, “www.dowrycalculator.com ୱେବସାଇଟକୁ ଯଥାଶୀଘ୍ର ବନ୍ଦ କରାଯାଉ ଏବଂ ଏହି ୱେବସାଇଟ୍ ପ୍ରସ୍ତୁତ ପଛରେ ଯାହାର ହାତ ଅଛି ଉକ୍ତ ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ମଧ୍ୟ ଏହି ୱେବସାଇଟକୁ ନେଇ ପିଏମଓଙ୍କ ସହ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, “ଏହା ଭାରତ ପାଇଁ ବହୁ ଲଜ୍ଜାକର ବିଷୟ ଯେ ଏଭଳି ଏକ ପୂଣ୍ୟ ଭୁମିରେ ଏଭଳି ୱେବସାଇଟ ଚାଲୁରହିଛି । ଯଥାଶୀଘ୍ର ୱେବସାଇଟ ପ୍ରସ୍ତୁତ ପଛରେ ଥିବା ଅଭିଯୁକ୍ତକୁ ଗିରଫ କରାଯାଉ ।”

ଆପଣଭ୍କୁ ସୁଚାଇ ଦେଉଛୁ ଯେ ଏହି www.dowrycalculator.com ୱେବସାଇଟ୍ ବୟସ,ଜାତି,ରୋଜଗାର ଏବଂ ପାରିଶ୍ରମିକକୁ ନେଇ ବରକୁ କେତେ ଯୌତୁକ ନେବା ଦରକାର ତାହା କହିଥାଏ । ଏହି ୱେବସାଇଟ ବେରୋଜଗାରଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଯୌତୁକ କହୁଥିବା ବେଳେ ଏହା କେବଳ ୧୭ ଟି ଜାତିକୁ ନେଇ କେତେ ଯୌତୁକ ହେବ ତାହା କହିଥାଏ ।