ଆଜି ଭାରତମାତାର ସୁପୁତ୍ର ବାଲ୍ ଗଙ୍ଗାଧର ତିଲକଙ୍କ ଜନ୍ମତିଥି ! ଜାଣନ୍ତୁ ସେହି ମହାନ୍ ବ୍ୟକ୍ତିତ୍ୱଙ୍କ ବିଷୟରେ । 

64

ଖବରକାଗଜରୁ ଆରମ୍ଭ କରିଥିଲେ କ୍ରାନ୍ତିକାରୀର ଯାତ୍ରା,ଜେଲରେ ରହି ଇଂରେଜଙ୍କ ବିରୋଧରେ ଲେଖିଦେଲେ ବହି । ଯେ କହୁଥିଲେ, “ ସ୍ୱରାଜ ମୋ ଜନ୍ମସିଦ୍ଧ ଅଧିକାର ଏବଂ ତାହାକୁ ମୁଁ ହାସିଲ କରି ରହିବି । ଆଜି ସେହି ମହାନ୍ ଆତ୍ମା ସ୍ୱାଧୀନତା ସଂଗ୍ରାମୀ ବାଲ୍ ଗଙ୍ଗାଧର ତିଲକଙ୍କ ଜନ୍ମଦିନ । ୨୩ ଜୁଲାଇ ୧୮୫୬ ମସିହାରେ ମହାରାଷ୍ଟ୍ରର ରତ୍ନଗିରିରେ ଏକ ବ୍ରାହ୍ମଣ ଘରେ ଜନ୍ମଗ୍ରହଣ କରିଥିଲେ ବାଲ୍ ଗଙ୍ଗାଧର ତିଲକ । ଯାହାଙ୍କ ସ୍ମରଣାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟର ଜରିଆରେ ତାଙ୍କୁ ମନେପକାଇ ଥିଲେ ।

ସେହି ସମୟରେ ଆଧୁନିକ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାରେ ସେ ପ୍ରଥମ ପିଢୀ ଥିଲେ । ବାଲ୍ ଗଙ୍ଗାଧର ତିଲକ ଜଣେ ଭାରତୀୟ ସମାଜ ସୁଧାରକ ସହ ସ୍ୱାଧୀନତା ସଂଗ୍ରାମର ଜଣେ କାର୍ଯ୍ୟକର୍ତ୍ତା ଥିଲେ । ସେ ଜଣେ ସ୍ଥାପତ୍ୟକାର ଥିଲେ ଯାହାଙ୍କୁ ଜନତା ଖୁବ୍ ସମ୍ମାନ କରୁଥିଲେ । ତାଙ୍କୁ “ଲୋକମାନ୍ୟ”ର ଉପାଧି ମଧ୍ୟ ମିଳିଥିଲା ଯାହାର ଅର୍ଥ ଯେ ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ବଳିଦାନ ସଦାସର୍ବଦା ଜନମାନସକୁ ମନେ ରହିବ । ତେବେ ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ସେ ବୀରଗତୀ ପ୍ରାପ୍ତ କରିଥିଲେ ।