ରୋଷେଇ ଘରେ ୧୨ ଫୁଟର ଅଜଗର । ଭୟରେ ଥରିଲେ ପରିବାର ବର୍ଗ, ଉଦ୍ଧାର କଲା ବନବିଭାଗ ।

50

କନକ ବ୍ୟୁରୋ: ରୋଷେଇ ଘରୁ ମିଳିଲା ୧୨ ଫୁଟ୍ ଲମ୍ବର ଅଜଗର ସାପ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମା ଅଞ୍ଚଳରେ । ସୁଚନାମ ମୁତାବକ ସେହି ଅଞ୍ଚଳର ଲାଇନ ମ୍ୟାନ ସାହିର ହରି ପ୍ରଧାନ ନାମକ ବ୍ୟକ୍ତିଙ୍କ ରୋଷେଇ ଘରୁ ଉଦ୍ଧାର ହୋଇଛି ୧୨ ଫୁଟର ଅଜଗର ସାପ ।

ତେବେ ରୋଷେଇ ଘରେ ଏହି ଅଜଗର ସାପ କେଉଁଠୁ ଆସିଲା ଏବଂ କେମିତି ତାକୁ ନେଇ ପରିବାରବର୍ଗ ସହ ସ୍ଥାନୀୟ ଅଞ୍ଚଳରେ ଭାଳେଣି ପଡ଼ିଛି । ଏହି ଅଜଗରକୁ ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ସାପ ଧରାଳିଙ୍କୁ ଡାକି ସାପଟିକୁ ଉଦ୍ଧାର କରିଥିଲେ । ସାପ ଧରିବା ସମୟରେ ଖବର ପାଇ ବନ ବିଭାଗର କର୍ମଚରୀ ମହମ୍ମଦ ଅଲ୍ଲୀ ଖାନ ପହଁଚି ସାପଟିକୁ ଜବତ କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ।

Python In OUATଅନ୍ୟପଟେ ବନ କର୍ମଚାରୀଙ୍କୁ ପଚାରିବାରୁ କହିଥିଲେ ଯେ ଅଜଗର ସାପ ଟି ୧୨ ଫୁଟ ଲମ୍ବର ହେବ । ସାପଟିକୁ ଜବତ କରି ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ହିସାବରେ ଛଡ଼ାଯାଇଛି ।