ଦେଶର କିଛି ଦମଦାର୍ ପୋଲିସ୍ ଅଫିସର , ଯାହାଙ୍କୁ ଦେଖି ଅପରାଧ କରିବା ତ ଦୂରର କଥା ସାମ୍ନାରେ ଠିଆ ହେବାକୁ ଭୟ କରନ୍ତି ଅପରାଧି ।

1,531

ଦେଶରେ ଅପରାଧ ଏବଂ ଅପରାଧିଙ୍କ ସଂଖ୍ୟା ଏତେ ବଢିଗଲାଣି ଯେ ଏହାର ମୁଳତ୍ପୋଟନ କରିବା ଯେଭଳି ଅସମ୍ଭବ ମନେ ହେଲାଣି । ତେବେ ପୋଲିସ୍ ବାହିନୀ ଏଥିପ୍ରତି ସଜାଗ ହେଲେ ମଧ୍ୟ କିଛି କ୍ଷେତ୍ରରେ ଏବେବି ବିଶୃଙ୍ଖଳା ଦେଖାଦେଉଛି । କିନ୍ତୁ ପୋଲିସ୍ ବିଭାଗରେ ଏଭଳି କିଛି ଅଫିସର ରହିଛନ୍ତି ଯାହାଙ୍କ ପଦ ଛୋଟ ହୋଇଥିଲେ ମଧ୍ୟ ଅପରାଧି ତାଙ୍କୁ ଦେଖିବା ମାତ୍ରେ ଥରହର ହୁଅନ୍ତି । ତେବେ ଆସନ୍ତୁ ଆଜି ଏହିଭଳି ଅଫିସରଙ୍କ ବିଷୟରେ ଜାଣିବା ।

 

 

କିଶୋର ଦାଙ୍ଗେ ,ମହାରାଷ୍ଟ୍ର : ଜାଲନାରୁ ଏକ ଗରିବ ପରିବାରରେ ଜନ୍ମିତ କିଶୋରଙ୍କୁ ପୋଲିସ୍ ଚାକିରୀ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ତେବେ ସେ ନିଜ ପେସାକୁ ଯେତେ ଗୁରୁତ୍ୱ ଦିଅନ୍ତି ଶରୀର ପାଇଁ ମଧ୍ୟ ସେତେ ପରିଶ୍ରମ କରନ୍ତି । ଏହି କାରଣରୁ ସେ ମିଷ୍ଟର ମହାରାଷ୍ଟ୍ର ସହ ମିଷ୍ଟର ମରାଠବାଡା ବ୍ୟତିତ ଅନେକ ବିଦେଶୀ ପ୍ରତିଯୋଗୀତାରେ ଗୋଲ୍ଡ ମେଡାଳ୍ ମଧ୍ୟ ଜିତିଛନ୍ତି ।

 

ମୋତିଲାଲ୍ ଦାୟମା ,ମଧ୍ୟପ୍ରଦେଶ : ୨୭ ବର୍ଷୀୟ ମୋତିଲାଲ୍ ଦାୟମା ଇନ୍ଦୋର ପୋଲିସ୍ ଷ୍ଟେସନରେ କନେଷ୍ଟବଳ ଚାକିରୀରେ ରହିଛନ୍ତି । ସାଙ୍ଗସାଥି ତାଙ୍କୁ ସ୍ନେହରେ ଅର୍ଣ୍ଣେଲ୍ଡ ଡାକନ୍ତି । ୨୦୧୨ ମସିହାରୁ ପୋଲିସ୍ ବିଭାଗରେ ଚାକିରୀ କରି କମ୍ ଦରମା ପାଉଥିଲେ ହେଁ ନିଜ ଡାଏଟ୍ ଉପରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ।

 

ନବୀନ୍ କୁମାର ,ହରିଆଣା : ୨୦୧୩ ମସିହାରେ ଏଏସଆଇ ନବୀନ୍ କୁମାର ମିଷ୍ଟର ହରିଆଣା ରହିସାରିଛନ୍ତି । ଚାକିରୀ ସହ ଘଣ୍ଟା ଘଣ୍ଟା ଧରି ଜିମରେ କସରତ କରିବାକୁ ତାଙ୍କୁ ଅଧିକାରୀ ମାନେ ହିଁ କହିଛନ୍ତି ।

 

ତେଜେନ୍ଦ୍ର ସିଂହ , ଉତ୍ତରାଖଣ୍ଡ : ଦେହରାଦୁନ୍ ର ତେଜେନ୍ଦ୍ରକୁ ପିଲାବେଳୁ ହିଁ ହୃଷ୍ଠପୃଷ୍ଠ ଶରୀର ବନାଇବାର ଇଚ୍ଛା ଥିଲା । ଲୋକେ ତେଜେନ୍ଦ୍ରଙ୍କୁ ବିଷ୍ଟ୍ ବୋଲି ବି ଡାକିଥାନ୍ତି । ୨୦୦୬ ମସିହାରେ ପୋଲିସ୍ ବିଭାଗରେ ଚାକିରୀ କରି ସେ ବଡି ବିଲ୍ଡିଙ୍ଗ୍ ରେ ନ୍ୟାସନାଲ୍ ଗୋଲ୍ଡ ମେଡାଲତ ଜିତିଥିଲେ । ୨୦୦୯ ରେ ସେ ମିଷ୍ଟର ହରକ୍ଲ୍ୟୁଲିୟସ୍ ଉପାଧି ଜିତିଥିଲେ ।