ମେଟ୍ରୋରେ ଆଲିଙ୍ଗନ କରି ହଟହଟ୍ଟା ହେଲେ ପ୍ରେମୀଯୁଗଳ ! ଲୋକ ତାତିଲେ ମାଡ ମାରିଲେ ।

68

ମେଟ୍ରୋ ଷ୍ଟେସନରେ ପ୍ରେମୀ ଯୁଗଳ ଆଲିଙ୍ଗନ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାର ଆକ୍ରୋସର ଶିକାର ହୋଇଛନ୍ତି। କୋଲକାତାର ଦମଦମ ମେଟ୍ରୋ ଷ୍ଟେସନରେ ଏପରି ଘଟଣା ଦେଖିବାକୁ ମିଳିଛି । କୋଲକାତାର ଏକ ଆଞ୍ଚଳିକ ଖବରକାଗଜରେ ଘଟଣା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାଇ ଯୁବକ ଏବଂ ଯୁବତୀଙ୍କୁ ଆଲିଙ୍ଗନ କରୁଥିବାର ଦେଖି ଜଣେ ବୃଦ୍ଧା ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ଧିରେ ଧିରେ ପରିସ୍ଥିତି ବିଗିଡିବାକୁ ଲାଗିଲା। ବୃଦ୍ଧା ବ୍ୟକ୍ତିଙ୍କ ସହ ଅନ୍ୟ କିଛି ଲୋକେ ପ୍ରେମୀଯୁଗଳଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ ।ପ୍ରତକ୍ଷ୍ୟଦର୍ଶୀ ଅଜବଳ ଚକ୍ରବର୍ତ୍ତୀଙ୍କ କହିବା ଅନୁସାରେ, ଲୋକମାନେ ପ୍ରେମୀଯୁଗଳଙ୍କୁ କହୁଥିଲେ ଯଦି ତୁମର ଆଲିଙ୍ଗନ କରିବାର ଅଛି ତାହାଲେ ତୁମେ ହୋଟେଲ କିମ୍ବା ପାର୍କକୁ ଯାଇ କର । ପ୍ରଥମରୁ ଏପରି କଥା କହି ପ୍ରେମୀଯୁଗଳଙ୍କ ସହ ର୍ଦୁବ୍ୟବହାର କରିଥିଲେ । କିଛି ବ୍ୟକ୍ତି ପ୍ରେମୀଯୁଗଳଙ୍କୁ ଦମଦମ ଷ୍ଟେସନ ଆସୁ ତୁମକୁ ଦେଖିନେବୁ ବୋଲି କହି ଧମକ ମଧ୍ୟ ଦେଇଥିଲେ । ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଲୋକେ ଯୁବକକୁ ବାହାରକୁ ଭିଡିଆଣି ତଳେ ପକାଇ ଗୋଇଠା ବିଧା ମାରିଥିଲେ, ଯୁବତୀ ଜଣକ ତାଙ୍କ ସାଥୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଲୋକଙ୍କ ଆକ୍ରୋସରୁ ବଞ୍ଚିନଥିଲେ । ପୁଲିସ ସୂଚନା ମୁତାବକ ଏ ପର୍ୟ୍ୟନ୍ତ ଏ ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନାହିଁ । ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖଛି ।