ଯଦି ରିଲାଏନ୍ସ ଜିଓର ପ୍ଲାନରେ ସବୁ ମାଗଣାରେ ମିଳେ ,ତେବେ ମୋବାଇଲକୁ କାହିଁକି ଆସୁଛି ୧୧ଟଙ୍କାର ଟପ୍-ଅପ୍ ? ଜାଣନ୍ତୁ ।

51

ରିଲାଏନ୍ସ ଜିଓର ସବୁଠାରୁ ଶସ୍ତା ପ୍ଲାନ ୪୯ ଟଙ୍କାରେ ଉପଲବ୍ଧ । ଯାହାକୁ ରିଲାଏନ୍ସ ଜିଓ କମ୍ପାନୀ ଜିଓ ଫୋନ୍ ପାଇଁ ଲଞ୍ଚ୍ କରିଛି । ଏହି ପ୍ଲାନ୍ ମୁତାବକ କମ୍ପାନୀ ୟୁଜର୍ସଙ୍କୁ ୧ ଜିବି ଡାଟା ସହ ଅନଲିମିଟେଡ୍ କଲିଙ୍ଗ୍, ରୋମିଙ୍ଗ୍ ଏବଂ ୫୦ ଏସଏମସର ସୁବିଧା ମଧ୍ୟ ଯୋଗାଇ ଦେଉଛି । ପ୍ଲାନର ଭାଲିଡିଟି ୨୮ ଦିନର ଥିବାବେଳେ ଜିଓ କମ୍ପାନୀ ୧୧ ର ଟପ୍-ଅପ୍ ସୁବିଧାକୁ ମଧ୍ୟ ଲଞ୍ଚ୍ କରିଛି । ଯାହା ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ଏଥିରେ ୟୁଜର୍ସଙ୍କୁ ଟକ୍ ଟାଇମର ବାଲାନ୍ସ ମଧ୍ୟ ଦିଆଯାଉଛି ।*୧୦ ଟଙ୍କାର ଟକ୍ ଟାଇମରେ ମିଳିବ ୭.୭୦ ଟଙ୍କା :
• ଜିଓର ୧୦ ଟଙ୍କାର ଟପ୍-ଅପରେ ୭.୭୦ ଟକ୍ ଟାଇମର ସୁବିଧା ମିଳିଥାଏ ।
• ଏହି ଟକ୍ ଟାଇମର କୌଣସି ଭାଲିଡିଟି ନଥାଏ । ଏହାର ଅର୍ଥ ୟୁଜର୍ସ ନିଜ ମନ ପସନ୍ଦରେ ଯେତେବେଳେ ଇଚ୍ଛା କରିବେ ସେତେବେଳେ ଏହି ପ୍ଲାନର ଭରପୂର ମଜା ଉଠାଇପାରିବେ ।
• ଜିଓ ନିଜ ପ୍ଲାନରେ କୌଣସି ଟପ୍-ଅପର ସୁବିଧା ଦେଇନଥାଏ । ଏମିତିରେ କମ୍ପାନୀ କାହିଁକି ଏଭଳି ଟପ୍-ଅପର ସୁବିଧା ଦେଉଛି ଏହା ବିଷୟରେ ଅଧିକ ଲୋକଙ୍କୁ ଜ୍ଞାତ ନଥିବ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ କିଛି ଜାଣିବା । * ଆଇସିଡି କଲିଙ୍ଗ କମ୍ ଆସିଥାଏ ।
୧ . ଜିଓର ଯେତେ ପ୍ରି ପେଡ୍ ଡାଟା ପ୍ଲାନ୍ ଅଛି ଏହି ସବୁରେ ଡାଟା ପ୍ଲାନ ଯୋଗୁଁ କଲିଙ୍ଗ୍ ହୋଇଥାଏ । କାରଣ ଏଥିରେ କୌଣସି ପ୍ଲାନରେ ମଧ୍ୟ ବାଲାନ୍ସ ମିଳି ନଥାଏ ।
୨. ଏହି କାରଣରୁ ୟୁଜର୍ସ କୌଣସି ଆଇସିଡି କଲିଙ୍ଗ କରିବାର ସୁବିଧା ପାଇନଥାନ୍ତି । ଏହାର କାରଣ ୟୁଜର୍ସଙ୍କ ମୋବାଇଲରେ ପର୍ଯ୍ୟାପ୍ତ ପରିବାଣରେ ବାଲାନ୍ସ ହିଁ ନଥାଏ ।
୩. ୟୁଜର୍ସ ଚାହିଁବେ ତ ଡାଟା ସାହାର୍ଯ୍ୟରେ ଆଇସିଡି କଲ୍ କରିପାରିବେ କିନ୍ତୁ କୌଣସି ତୃତୀୟ ଆପର ସଂଯୋଗରେ ହିଁ କାମ ସହଜ ହୋଇପାରିବ ।
୪. ଯଦି ଆପଣ କୌଣସି ଆନ୍ତର୍ଜାତୀୟ କଲ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଡାଟା ବ୍ୟବହାର କରି ଆପଣ କଲର ସୁବିଧା ନେଇପାରିବେ ।