ପାକିସ୍ତାନରେ ତେଲ୍ ଟ୍ୟାଙ୍କର ବିସ୍ଫୋରଣ : ୧୨୩ ମୃତ, ଅନେକ ଆହତ

42

କନକ ବ୍ୟୁରୋ : ରବିବାର ଦିନ ସକାଳୁ ବାହାଓ୍ଵାଲପୁର ନିକଟସ୍ଥ ରାଜପଥରେ ଓଲଟି ପଡ଼ିଥିବା ଏକ ତେଲ ଟ୍ୟାଙ୍କରରୁ ଲୋକେ ତେଲ ନେବା ପାଇଁ ଗହଳି କରିଥିବାବେଳେ ସେଥିରେ ନିଅଁ ଲାଗି ବିସ୍ଫୋରଣ ଘଟିବାରୁ ପାଖାପାଖି ୧୨୩ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୭୪ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଆହତମାନଙ୍କୁ ବାହାଓ୍ଵାଲପୁର ସ୍ଥିତ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେବେ ନିଆଁ ଖେଳିଯିବା ପରେ ତୁରନ୍ତ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି ।