୧୦ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଧାନ ଚାଷ ! ଜାଣିଛନ୍ତି କି କେଉଁଠି ?

63

ଦୁନିଆରେ ଆଜି ବହୁତ ସଂଖ୍ୟାରେ ଏମିତି ଲୋକ ଅଛନ୍ତି ଯାହାଙ୍କ ମୁଖ୍ୟ ଖାଦ୍ୟ ହେଲା ଭାତ । ଏହାସହ ଏବେ ସାରା ପୃଥିବୀରେ ଧାନ ଉତ୍ପାଦନ ବହୁତ ବଡ ସ୍ତରରେ ହେଉଛି । ଆଜି ଧାନ ଦୁନିଆରେ ଦ୍ୱିତୀୟ ସର୍ବାଧିକ କ୍ଷେତ୍ରଫଳରେ ଲଗାଯାଉଥିବା ଶଷ୍ୟ ଅଟେ । ପୁରା ଦୁନିଆରେ ଧାନ ଉତ୍ପାଦନ କରୁଥିବା ଦେଶ ମଧ୍ୟରେ ୨ୟ ସ୍ଥାନରେ ଅଛି ଭାରତ । ଭାରତର ଅନେକ ରାଜ୍ୟରେ ବହୁତ ପରିମାଣରେ ଧାନ ଚାଷ ହୁଏ ।

ସବୁଠାରୁ ଖାସ କଥା ହେଲା ପଶ୍ଚମିବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ , ଛତିଶଗଡ, ତାମିଲନାଡୁ, କର୍ଣ୍ଣାଟକ, ଆସାମ ତଥା ପଞ୍ଜାବ ପରି ରାଜ୍ୟରେ ଧାନର ବହୁଳ ଉତ୍ପାଦନ ହୋଇଥାଏ । ଏହାସହ ଦକ୍ଷିଣ ଓ ପୂର୍ବ ଭାରତରେ ଭାତ ଲୋକ ମାନଙ୍କର ମୁଖ୍ୟ ଭୋଜନ । କିନ୍ତୁ ଏହାର ଉତ୍ପାଦନ ନେଇ ଲୋକ ବିଭିନ୍ନ କଥା କୁହନ୍ତି । ନିକଟରେ ଚୀନର ଲୁ ହୋଓୟୁଆନ ନିଜର ଏକ ଗବେଷଣାରେ ଖୁଲାସା କରିଛନ୍ତି ୧୦ ହଜାର ବର୍ଷ ପୂର୍ବେ ଚୀନରେ ଆରମ୍ଭ ହୋଇଥିଲା ଧାନଚାଷ ।

ଲୁ ହୋଓୟୁଆନ ଭୁତତ୍ତ୍ୱ ଓ ଭୂପ୍ରକୃତି ବିଦ୍ୟା ଉପରେ ଗବେଷଣା କରୁଥିଲେ । ତାଙ୍କ ଗବେଷଣାରୁ ଜଣାପଡିିଛି ଯେଉଁଁ ସମୟରେ ଯୁଗ ପରିବର୍ତ୍ତନ ହେଉଥିଲା ସେତେବେଳ ପୃଥିବୀର ସ୍ଥିତି ବହୁତ ଗମ୍ବୀର ଥିଲା । ସେତେବେଳ ପରିବେଶ ଓ ଭୌଗଳିକ ପରିବର୍ତ୍ତନ ମଧ୍ୟ ବହୁତ ଯଲଦି ହେଉଥିଲା । ଏମିତିରେ ସେହି ସମୟରେ ୧୦ ହଜାର ବର୍ଷ ପୂର୍ବରୁ ପୁରୁଣା ଯୁଗରୁ ନୂଆ ଯୁଗକୁ ପରିବର୍ତ୍ତନ ସମୟରେ ଚୀନରେ ବନସ୍ପତି ବିକଶିତ ହୋଇଥିଲା । ସେତେବେଳେ ଚୀନରେ ଧାନ ଉତ୍ପାଦନ ମଧ୍ୟ ହେଉଥିଲା । ଏହି ସମୟରେ ଚୀନ ନିଜର ଘରୋଇ ବ୍ୟବହାର ପାଇଁ ଧାନଚାଷ ଆରମ୍ଭ କରିଥିଲା ।