ମରଣ ମୁହଁରୁ ବାପାକୁ ଛଡେଇ ଆଣିଲା ପୁଅ ! ମହାନଦୀରେ ଗାଧଉଥିବା ବେଳେ ମାୟାଧର ସାହୁଙ୍କୁ ଟାଣି ନେଉଥିଲା କୁମ୍ଭୀର

45

କନକ ବ୍ୟୁରୋ : କୁମ୍ଭୀର ମୁହଁରୁ ବାପାକୁ ଉଦ୍ଧାର କଲା ପୁଅ । ମହାନଦୀରେ ଗାଧଉଥିବା ବେଳେ ବାପାଙ୍କୁ କୁମ୍ଭୀର ଆକ୍ରମଣ କରୁଥିବା ବେଳେ ସାହାସିକତାର ସହ କୁମ୍ଭୀରକୁ କାବୁ କରିଛି ପୁଅ । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ହେମନ୍ତପାଟଣା ଗାଁରେ । ଆଜି ସକାଳେ ହେମନ୍ତପାଟଣା ଗାଁର ମାୟାଧର ସାହୁ ୧୨ ବର୍ଷର ପୁଅ ପୂର୍ଣ୍ଣଚନ୍ଦ୍ର ସାହୁକୁ ଧରି ମହାନଦୀରେ ଗାଧଉଥିଲେ । ସେହି ସମୟରେ ମାୟାଧରଙ୍କୁ କୁମ୍ଭୀର ଆକ୍ରମଣ କରୁଥିଲା । ସେହି ସମୟରେ କୁମ୍ଭୀରକୁ କାବୁ କରି ବାପାଙ୍କ ଜୀବନ ବଂଚାଇଛି ପୁଅ ଗୌରୀ ।