ରଜ ଡ୍ରେସ କିଣିବାକୁ ବାପାଙ୍କୁ ପଇସା ମାଗିଥିଲା ଝିଅ : ବାପା ଅସମର୍ଥ ହେବାରୁ ଭାଙ୍ଗିଗଲା ମନ, ବେକରେ ଫାଶି ଲଗାଇ ଜୀବନ ହାରିଲା ୧୨ ବର୍ଷର ଝିଅ

49

କନକ ବ୍ୟୁରୋ : ଜୀବନର ମୂଲ୍ୟ ମାତ୍ର ଦେଢଶହ ଟଙ୍କା । ରଜ ସଜବାଜ ପାଇଁ ଦରକାର ଥିଲା ଟଙ୍କା । ହେଲେ ଆର୍ଥିକ ଅନଟନ କାରଣରୁ ଟଙ୍କା ଦେଇପାରିଲେନି ବାପା । ନିଜର ହିତାହିତ ଜ୍ଞାନ ହରାଇ ଝିଅ ଚାଳ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ବୀରସ୍ୱତୀ ଗାଁରେ । ଯେଉଁଠି ରଜ ଡ୍ରେସ୍ ପାଇଁ ଜୀବନ ହାରିଦେଇଛି ଜଣେ ୧୨ ବର୍ଷର ଝିଅ ।

ଏମିତି ଏକ କରୁଣ କାହାଣୀ, ଯାହା ଶୁଣିଲେ ଛାତି ଥରି ଉଠିବ । ୧୨ବର୍ଷର ପ୍ରିୟମ୍ବଦା ରଜରେ ଖର୍ଚ୍ଚ କରିବାପାଇଁ ବାପାଙ୍କ ଠାରୁ ୧୫୦ ଟଙ୍କା ମାଗିଥିଲା । ଏହି ଟଙ୍କାରେ ରଜ ପାଇଁ କିଣା ହୋଇଥାନ୍ତା ଡ୍ରେସ । ଆଗକୁ ରଜ ଥିବାରୁ ୨ଦିନ ଆଗରୁ ଏହି କଥା ବାପାକୁ ଟଙ୍କା ମାଗିଥିଲା ଝିଅ । ହେଲେ ଚାଷବାସ ତଥା ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଅଭାବି ବାପା ପାଖରେ ଝିଅକୁ ଏତିକି ଟଙ୍କା ଦେବାର ସାମର୍ଥ୍ୟ ନଥିଲା । ଡ୍ରେସ୍ ପାଇଁ ଟଙ୍କା ଦେବା କଥାକୁ ବାରମ୍ବାର ଏଡାଇ ଯାଉଥିଲା ବାପା ।

ବାସ ଏତିକିରେ ଝିଅର ମନ ଭାଙ୍ଗିଗଲ । ଘରେ କେହି ନଥିବା ବେଲେ ଚାଳ ଘର ଶେଣୀର ଓଡଣୀ ଲଗାଇ ଝୁଲି ପଡିଲା । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲ।। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛିା ରଜ ପାଇଁ ସଜବାଜ ହେବେ କଣ, ପ୍ରିୟମ୍ବଦାଙ୍କ ଘରେ କାନ୍ଦ ବୋବାଳି ପଡିଯାଇଛିା