ଭୁଶୁଡିଲା କୋଚିଂ ସେଣ୍ଟର ଛାତ । ଅଳ୍ପକେ ବର୍ତ୍ତିଲା ଛାତ୍ରଛାତ୍ରୀଙ୍କ ଜୀବନ । ୧୧ ପିଲା ଆହତ

228

କନକ ବ୍ୟୁରୋ: ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ଏକ କୋଚିଂ ସେଣ୍ଟର ଛାତ ହଠାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପାଖାପାଖି ୧୧ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଛି।

ନୂଆଦିଲ୍ଲୀର ଗୋକଲପୁର ଭଜନପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟର ରହିଛି। ପ୍ରତିଦିନ ଭଳି ଏହି କୋଚିଂ ସେଣ୍ଟରକୁ ଆଜି ବି ପିଲାମାନେ ପାଠପଢ଼ିବା ପାଇଁ ଆସିଥିଲେ। ତେବେ ପିଲାମାନେ କୋଚିଂ ସେଣ୍ଟର ଭିତରେ ବସି ପାଠପଢ଼ୁଥିବା ବେଳେ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା। ଛାତ ଭୁଶୁଡ଼ି ପଡ଼ିବା ଫଳରେ ଏଥିରେ ପାଖାପାଖି ୧୧ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ, ଅଭିଭାବକ, ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୌଭାଗ୍ୟବଶତଃ କୋଚିଂ ସେଣ୍ଟର ଛାତ ଭୁଶୁଡ଼ିବା ଘଟଣାରେ କାହାର ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି। ତେବେ କୋଚିଂ ସେଣ୍ଟର ଛାତ ହଠାତ କାହିଁକି ଭୁଶୁଡ଼ି ପଡ଼ିଲା ସେଥିପାଇଁ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।