ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ଘୋର ବିପଦ : ୩ ବର୍ଷରେ ଆତଙ୍କବାଦୀଙ୍କ ସହ ହାତ ମିଳାଇ ସାରିଛନ୍ତି ଜାମ୍ମୁ-କଶ୍ମୀରର ୧୨ ପୋଲିସକର୍ମୀ

32

କନକ ବ୍ୟୁରୋ : ଜାମ୍ମୁ-କଶ୍ମୀରରେ ଭାରତୀୟ ଯବାନମାନେ ଜୀବନକୁ ବାଜି ଲଗାଇ ଦେଶ ଓ ଜାତିକୁ ସୁରକ୍ଷା ପ୍ରଦାନ କରୁଛନ୍ତି । କେବଳ ଯେ ଯବାନ ତା’ନୁହେଁ ଜମ୍ମୁ-କଶ୍ମୀରର ପୋଲିସ ମଧ୍ୟ ଲଗାତାର ଦେଶ ପାଇଁ ଲଢ଼େଇ କରୁଛନ୍ତି । ପ୍ରତିଦିନ ସୁରକ୍ଷା କର୍ମୀ ଓ ଯବାନ ମୁହାମୁହିଁ ହେଉଛନ୍ତି । କିନତୁ ଏସବୁ ଭିତରେ ଜମ୍ମୁ-କଶ୍ମୀର ପୋଲସି ସହ ଜଡ଼ିତ ଏପରି ଏକ ଖବର ଆସିଛି, ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ପୋଲିସ ଚାକିରି ଛାଡ଼ି କିଛି ପୋଲିସକର୍ମୀ ଆତଙ୍କବାଦ ସହ ହାତ ମିଳାଇଛନ୍ତି । ତେବେ ଏକ୍ଷବର ନୂଆ ନୁହେଁ ବାରମ୍ବାର ଏପରି ଖବର ଶୁଣିବା ପାଇଁ ମିଳୁଛି ।

ଆତଙ୍କବାଦ ସହ ହାତ ମିଳାଉଛନ୍ତି ଦେଶର ରକ୍ଷକ ସାଜିଥିବା ପୋଲିସକର୍ମୀ । ଯାହା ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତଥ୍ୟ ଅନୁସାରେ ଏବେ ପର୍ଯ୍ୟନ୍ତ ପାଖାପାଖି ୧୨ ଜଣ ପୁଲିସ କର୍ମୀ ୩୦ ଟି ଅସ୍ତ୍ରଶସ୍ତ୍ର ନେଇ ଆତଙ୍କବାଦରେ ସାମିଲ ହୋଇଛନ୍ତି । ନିକଟରେ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଆଦିଲ ବାରୀଶ ଜଣେ ପିଡ଼ିପି ବିଧାୟକଙ୍କ ଘରୁ ୮ଟି ହତିଆର ନେଇ ଫେରାର ହୋଇଯାଇଛନ୍ତି । ଅସ୍ତ୍ରଶସ୍ତ ମଧ୍ୟରୁ ଗୋଟିଏ ପିସ୍ତଲ ଆଉ ସାତୋଟି ଏକେ ୪୭ ରାଇଫଲ ଥିିଲା କଥା ଜଣାପଡ଼ିଛି ।

police (1)

ତେବେ ଏପରି ସମସ୍ୟା ବୃଦ୍ଦି ହେଉଥିବା ଦେଖି ଜମ୍ମୁ-କଶ୍ମୀର ପୋଲିସ ଏକ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟ ଅନୁସାରେ ୧୨ ପୋଲିସକର୍ମୀ ଓ ୨ ଜଣ ସୈନିକ ଆତମଙ୍କବାଦରେ ସାମିଲ ହୋଇସାରିଛନ୍ତି । ଅନ୍ୟପଟେ ଏହିେଲୋକମାନେ ନିଜ ସହ ଅନେକ ପ୍ରକାର ଅସ୍ତ୍ରଶସ୍ତ୍ର ନେଇ ମଧ୍ୟ ଫେରାର ହେଉଥିବା କଥା ଶୁଣିବାପାଇଁ ମିଳୁଛି । ତେବେ ଏପରି ଘଟଣା ବଢ଼ିଲେ ଭବିଷ୍ୟତରେ ଦେଶ ପାଇଁ ଘୋର ବିପଦ ସୃଷ୍ଟି କରିପାରେ । ଆଉ ଏହି ମାମଲା ବହୁତ ବଡ଼ ବିପଦ ଆଡ଼କୁ ଇସାରା ରକୁଛି । ଏ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ଲଗାତାର ପ୍ରୟାସ ଜାରି ରଖିଛନ୍ତି ବୋଲି ସୂଚନା ମିିଳିଛି ।