ମାଲକାନଗିରି ପୋଲିସକୁ ବଡ ସଫଳତା ! ଗିରଫ ହେଲେ ୧୨ ମାଓବାଦୀ

20

କନକ ବ୍ୟୁରୋ : ମାଲକାନଗିରି ପୋଲିସକୁ ବଡ ସଫଳତା । ଗିରଫ ହେଲେ ୧୨ ମାଓବାଦୀ । ବିଭିନ୍ନ ସ୍ଥାନରେ କମ୍ବିଂ ଅପନରେସନ୍‌ ଚଳାଇଥିବା ବେଳେ ମାଲକାନଗିରି ଜିଲ୍ଲା ପୁଲିସ ୧୨ ଜଣ କ୍ୟାର୍ଡର ମାଓବାଦୀଙ୍କୁ ଗିରଫ କରିଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢଉ କରି ମାଲକାନଗିରି ପୋଲିସ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ଚନ୍ଦ୍ରାଗୁଡା ଓ ନାକାମାମୁଡି ହତ୍ୟାକାଣ୍ଡରେ ଏମାନଙ୍କ ସଂପୃକ୍ତି ରହିଥିବା ପୋଲିସ କହିଛି । ସମସ୍ତ ମାଓବାଦୀ କ୍ୟାଡର ମିଲିସିଆ ଭାବେ ସକ୍ରିୟ ଥିଲେ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।  ଗିରଫ ମାଓମାନେ ସାଧୁ ଖେମୁଡ଼ୁ, ମୁୟା କବାସି ଓ ଡମ୍ବରୁ ନାୟକଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଗତ ୨ ମାସ ମଧ୍ୟରେ ଏହି ମାଓବାଦୀମାନେ ପୁଲିସ ଇନ୍‌ଫରମର ସନ୍ଦେହରେ  ଏହି ୩ ଜଣ ଯୁବକଙ୍କ ତଣ୍ଟିକାଟି ହତ୍ୟା କରିଥିଲେ।