ମୋହନା ଲୁହାଗୁଡିରେ ୧୨ ଘଂଟିଆ ବନ୍ଦ ପାଳନ : ବ୍ରହ୍ମପୁର-ରାୟଗଡା ରାସ୍ତାରେ ଗାଡି ଚଳାଚଳ ଠପ୍

43

ଗଜପତି : ବ୍ରହ୍ମପୁର-ରାୟଗଡା ରାସ୍ତାରେ ଗାଡି ଚଳାଚଳ ବନ୍ଦ । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁହାଗୁଡିରେ ୧୨ ଘଂଟିଆ ବନ୍ଦ ପାଳନ ଯୋଗୁ ସୃଷ୍ଟି ହୋଇଛି ଏପରି ପରିସ୍ଥିତି । ୭ ଦଫା ଦାବି ନେଇ ଲୁହାଗୁଡି ଠାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଉଭୟ ପାଶ୍ୱର୍ରେ ଅନେକ ଗାଡି ମୋଟର ଅଟକି ରହିବା ଦ୍ୱାରା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚିବା ନେଇ ସୂଚନା ମିଳି ନାହିଁ ।