୧୨ ଘଣ୍ଟା ଧରି କଟିଲା ବିଜୁଳି, ଅନ୍ଧାରରେ ଛଟପଟ ହେଲେ ରୋଗୀ ! ରୋଗୀଙ୍କୁ ସାହାରା ମୋବାଇଲ୍ ଓ ମହମବତୀ

37

କନକ ବ୍ୟୁରୋ : ଅନ୍ଧାରରେ ଛଟପଟ ହେଲେ ରୋଗୀ । ୧୨ ଘଣ୍ଟା ଧରି କଟିଗଲା ବିଜୁଳି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ବିଶେଷ କରି ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା ପ୍ରସୂତି ବିଭାଗ । ପ୍ରସୂତି ଏବଂ ସେମାନଙ୍କ ଶିଶୁ ଅନ୍ଧାରରେ ବେଶ୍ କିଛି ସମୟ ଧରି ଛଟପଟ ହୋଇଥିଲେ । ଏହି ସମୟରେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ୍ ଲାଇଟ୍ , ଟର୍ଚଲାଇଟ୍ ଏବଂ ମହମବତୀ କିଛି ସମୟ ପାଇଁ ସେମାନଙ୍କ ସାହାରା ବନିଥିଲା ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହସପିଟାଲରେ ଜେନେରେଟର ଥିଲେ ମଧ୍ୟ ତାହା ଲଗାଯାଇପାରିନଥିଲା । ଏଭଳି ସ୍ଥିତି ୧୨ ଘଂଟା ଧରି ଲାଗି ରହିଥିଲା । କଲ୍ୟାଣସିଂହପୁରରେ ଏହା ପ୍ରଥମଥର ନୁହେଁ , ବାରମ୍ବାର ସମାନ ସ୍ଥିତି ଦେଖିବାକୁ ମିଳିଛି । ତଥାପି ସୁଧୁରିନି ସ୍ଥିତି । ସେପଟେ ଏସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି, ପ୍ରସୂତିଙ୍କ କୋଠରୀରେ କାମ ଚାଲିଥିବାରୁ ସେଠାରେ ବିଜୁଳି ନଥିଲା ।