ଓୟୁଏଟିରେ ଅସୁସ୍ଥ ଅଜଗରର ଚିକିତ୍ସା ! ମେରୁଦଣ୍ଡରେ ଲାଗିଛି ଆଘାତ, ଅବଜରଭେସନରେ ରହିବ ସାତ ଦିନ

33

କନକ ବ୍ୟୁରୋ: ଖୋର୍ଦ୍ଧାରୁ ୧୨ଫୁଟର ଅଜଗର ସାପ ଉଦ୍ଧାର । ଇଂରଜୀ ନାମ ହେଉଛି ଇଂଡଆନ୍ ରକ୍ ପାଇଥନ୍ । ଏହାର ଓଜନ ୧୦ କେଜି ଓ ସାତ ବର୍ଷ ବୟସର ସାପ । ଖୋର୍ଦ୍ଧାରୁ ଗଡଖୋର୍ଦ୍ଧାକୁ ସଂଯୋଗ ନୂଆ ରାସ୍ତା ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି । ସାପଟି ରାସ୍ତାରେ ଆଘାତ ଅବସ୍ଥାରେ ପଡିରହିଥିଲା । ବନବିଭାଗ ଖବର ପାଇଁ ସାପଟିକୁ ଉଦ୍ଧାର କରିଥିଲା । ଅଜଗରଟି ଗଡଖୋର୍ଦ୍ଧା ଗାଁରୁ ବାହାରି ଜଙ୍ଗଲ ଆଡକୁ ଯାଉଥିବା ବେଳେ ସାପଟି ଉପରେ କିଏ ବାଇକ ଚଢାଇ ଦେଇଛି ।

ଚିକିତ୍ସା ପାଇଁ ସାପଟିକୁ ଜିଲ୍ଳା ପ୍ରାଣୀ ଚିକିତ୍ସାଳୟରେ ଭର୍ତି କରାଯାଇଥୁଲା । ପରେ ଭୁବନେଶ୍ୱର ଓୟୁଏଟିକୁ ସାପଟିକୁ ଆଣାଯାଇ ଏକ୍ସରେ କରାଯାଇଛି । ଅଜଗରର ମୁଣ୍ଡପାଖରୁ ୪୫ ସେଂଟିମିଟର ଦୂରତାରେ କ୍ଷତ ହୋଇଛି । ପିଂଜରା ହାଡ ମଧ୍ୟ ଭାଂଗିଯାଇଛି । ଅଜଗରର ଡିଜିଟାଲ୍ ରେଡିଓଗ୍ରାଫି କରାଯିବ । ସାତ ଦିନ ଅବଜରଭେସନ୍ ରଖାଯିବ ।