ଉଦ୍ଧାର ହେଲା ୧୨ ଫୁଟ ଲମ୍ବର କିଙ୍ଗ୍ କୋବ୍ରା ! ବନବିଭାଗ ଉଦ୍ଧାର କରି ଅଭୟାରଣ୍ୟରେ ଛାଡ଼ିଲା

37

କନକ ବ୍ୟୁରୋ : ଉଦ୍ଧାର ହେଲା ୧୨ ଫୁଟ୍ ଲମ୍ବର କିଙ୍ଗ କୋବ୍ରା । ରାତି ସାରା ଜାଲରେ ପଡିବା ପରେ ସକାଳୁ ଉଦ୍ଧାର କଲେ ଗ୍ରାମବାସୀ । ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ପାଦଦେଶରୁ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ନୀଳଗିରି ବ୍ଲକ୍ ଅଧିନସ୍ଥ ଗରିଡି ପଂଚାୟତ ଅସନବଣି ଗାଁ ମୁଣ୍ଡ ବିଲ ପାଖରୁ ଏହି ସାପକୁ ଉଦ୍ଧାର କରାଯାଇଛି ।

ଟାଇଚୁଙ୍ଗ ଧାନ ଚାଷ କରିଥିବାରୁ ଚାଷୀମାନେ ବିଲ ଚାରିପାଖରେ ଜାଲ ଘେରାଇଥିଲେ । ଆଜି ସକାଳୁ ୧୨ ଫୁଟ ଲମ୍ବର ଏହି ଅହିରାଜଟି ଜାଲରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ସାପଟିକୁ ଉଦ୍ଧାର ପରେ ଗାଁ ଲୋକେ କୁଲଡିହା ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ପରେ ଏହାକୁ ଅଭୟାରଣ୍ୟରେ ଛାଡି ଦିଆଯାଇଛି । ଗତକାଲି ରାତିରେ ନିକଟସ୍ଥ ଅଭୟାରଣ୍ୟରୁ ଚାଲି ଆସି ଅହିରାଜ ସାପଟି ଜାଲରେ ପଡିଥିବା ଅନୁମାନ କରାଯାଉଛି ।