ଉଦ୍ଧାର ହେଲେ ୧୨ ନାଗରାଜ ! ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସ୍କାନରରେ ଆସିବା ପୂର୍ବରୁ ଫେରାର ହେଲେ ଚୋରାଚାଲାଣକାରୀ

25

କନକ ବ୍ୟୁରୋ : ଚୋରା ଚାଲାଣ ହେଉଥିବା ନାଗ ସାପ ଉଦ୍ଧାର । ବାଲିପାଟଣା ବ୍ଲକ ବସନ୍ତମାଳ ଗାଁ ହାଟରୁ ୧୨ଟି ନାଗ ସାପ ଉଦ୍ଧାର କରାଯାଇଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ଚଢାଉ କରି ଚାଲାଣ ପାଇଁ ରଖାଯାଇଥିବା ଏହି ନାଗ ସାପକୁ ଉଦ୍ଧାର କରିଛନ୍ତି । ତେବେ ଉଦ୍ଧାର ସମୟରେ ସାପ ପାଖରେ କୌଣସି ଲୋକ ନଥିଲେ । ଯାହା ସାପ ଚୋରା ଚାଲାଣର ସନ୍ଦେହକୁ ଆହୁରି ଘନିଭୂତ କରୁଛି । ତେବେ ଜନଗହଳିପୂର୍ଣ୍ଣ ହାଟ ଭିତରକୁ ୧୨ ଟି ସାପ କିପରି ଆସିଲା ଓ ସାପ ଗୁଡିକୁ କେଉଁଆଡେ ଚାଲାଣ କରାଯାଉଥିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

ତେବେ ଅନେକ ଦିନ ଧରି ଏଠାରେ ସାପ ଚୋରାଚାଲାଣ ର୍ୟାକେଟ କାମ କରୁଥିବା ସନ୍ଦେହ କରୁଛି ତଦନ୍ତକାରୀ ଦଳ । ତଦନ୍ତ ଶେଷ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।