କେଉଁ କାରଣରୁ ଅଙ୍ଗରକ୍ଷୀମାନେ କେବଳ କଳା ଚଷମା ପିନ୍ଧିଥାନ୍ତି ? ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

47

ଜଣଙ୍କ ଲୋକପ୍ରିୟତା ବଢ଼ିଲେ ତାଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବଢ଼ିଥାଏ। ଫଳରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ନିଜର ସୁରକ୍ଷା ପାଇଁ ଅଙ୍ଗରକ୍ଷୀ ରଖିବା ପାଇଁ ବାଧ୍ୟ ହୋଇଥାନ୍ତି । ଅଙ୍ଗରକ୍ଷୀମାନେ ତାଙ୍କ ମାଲିକଙ୍କର ସୁରକ୍ଷାର ସମସ୍ତ ଦାୟିତ୍ୱ ନେଇଥାନ୍ତି । ତେବେ ସେ କଳାକାର ହୁଅନ୍ତୁ କିମ୍ବା କୌଣସି ପ୍ରତିଷ୍ଠିତ ବ୍ୟକ୍ତି, ଅଧିକାଂଶ ବ୍ୟକ୍ତିଙ୍କ ଅଙ୍ଗରକ୍ଷୀଙ୍କ ମଧ୍ୟରେ ଗୋଟିଏ କଥା ହିଁ ସାଧାରଣ ରହିଥାଏ ତାହା ହେଉଛି ସେମାନେ ପିନ୍ଧିଥିବା କଳାଚଷମା । ସମସ୍ତ ଅଙ୍ଗରକ୍ଷୀଙ୍କୁ ପ୍ରାୟତଃ ସମସ୍ତ ସ୍ଥାନରେ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା କ’ଣ ରହିଛି କଳା ଚଷମା ରହସ୍ୟ ।ଏହି ବିଷୟରେ ପଢ଼ିବା ପରେ ଆପଣଙ୍କ ମନରେ ଅଙ୍ଗରକ୍ଷୀକଙ୍କ କଳାଚଷମା ବିଷୟରେ ଜାଣିବା ପାଇଁ ଉତ୍ସୁକତା ସୃଷ୍ଟି ହେବଣି । ପ୍ରକୃତରେ ଏହା ପଛରେ ରହିଛି ଏକ ସାଧାରଣ କିନ୍ତୁ ଅଜଣା ତଥ୍ୟ । ଅଙ୍ଗରକ୍ଷୀମାନେ କଳାଚଷମା ଏଥିପାଇଁ ପିନ୍ଧିଥାନ୍ତି କାରଣ,ସେମାନଙ୍କର ଆଖିର ଗତିବିଧି ସାମ୍ନା ଲୋକଙ୍କୁ ଜଣାପଡ଼ିନଥାଏ । କଳାଚଷମା ଦ୍ୱାରା ଖରାରେ ଏବଂ ଅତି ଆଲୋକରେ ମଧ୍ୟ ଆଖପାଖରେ ଘଟୁଥିବା ସମସ୍ତ ଜିନିଷ ଉପରେ ସେମାନେ ଧ୍ୟାନ ରଖିପାରନ୍ତି । ଏହା ଛଡ଼ା ସେମାନଙ୍କ ଆଖି କାହାକୁ ଦେଖୁଛି ଏହା ବିଷୟରେ ସାମ୍ନା ଲୋକ ଜାଣି ପାରିନଥାଏ । ଯାହା ଫଳରେ ଦୋଷୀ କିମ୍ବା ଚୋରକୁ ଧରିବାରେ ସହଜ ହୋଇଥାଏ । ଏହା ସହ ଯଦି କିଛି ଅଘଟଣ ଘଟେ ତ ସାଧାରଣତଃ ଆମେ ଆମ ଆଖି ବନ୍ଦ କରିଦେଇଥାଉ । କିନ୍ତୁ ଅଙ୍ଗରକ୍ଷୀଙ୍କ ପାଖରେ ଆଖିବନ୍ଦ କରିବା ପାଇଁ ରାସ୍ତାନଥାଏ । ସେମାନଙ୍କୁ ଆଖି ଖୋଲି ସମସ୍ତ ଅଘଟଣର ସାମ୍ନା କରିବା ପାଇଁ ପଡ଼ିଥାଏ । ଏହା ସହ କଳାଚଷମା ସେମାନଙ୍କ ଆଖିକୁ ଖରା ,ବର୍ଷା , ଧୂଳି ଆଦିରୁ ରକ୍ଷା କରିଥାଏ ।