ଥାଇଲାଣ୍ଡର କାଳଗୁମ୍ଫାରୁ ବାହାରିଲେ ୪ ଖେଳାଳି ! ଅପେକ୍ଷାରେ ଆହୁରି ୯ ଖେଳାଳ,ପୁଣି ଥରେ ଆରମ୍ଭ ହେବ ଦ୍ୱିତୀୟ ଫେଜ ଉଦ୍ଧାର କାମ ।

33

ଉତ୍ତର ଥାଇଲାଣ୍ଡର ଥାମ୍ ଲୁଆଙ୍ଗ୍ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳୀ ଓ କୋଚଙ୍କ ଉଦ୍ଧାର କାର୍ଯ୍ୟରେ ମିଳିଛି ବଡ ସଫଳତା । ପ୍ରଥମ ଦଫାରେ ୪ଜଣ ଖେଳାଳିଙ୍କୁ ବାହାରକୁ ଆଣିଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଗୁମ୍ଫା ଭିତରେ ପରିସ୍ଥିତି ବେଳକୁ ବେଳେ ସଙ୍ଗିନ ହେଉଥିବାରୁ ମିସନ ମୋଡରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମୋଟ୍ ୯୦ ଜଣ ଡାଉଭରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୫୦ଜଣ ବିଦେଶୀ ଗୁମ୍ଫା ବିଶେଷଜ୍ଞ ରହିଥିବାବେଳେ ୪୦ ଜଣ ଥାଇଲାଣ୍ଡର ରହିଛନ୍ତି ।

ରବିବାର ମିସନ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୧୦ରୁ ୧୨ ଘଂଟା ପରେ ଆରମ୍ଭ ହେବ । ତେବେ ଗୁମ୍ଫା ମଧ୍ୟରେ ଉଦ୍ଧାରକାରୀ ଦଳକୁ ଅପେକ୍ଷା କରିଥିବା ଅନ୍ୟମାନଙ୍କୁ ବାହାର କରିବା ପାଇଁ ୨ରୁ ୪ ଦିନ ସମୟ ଲାଗିପାରେ ବୋଲି ମିସନ ମୁଖ୍ୟ କହିଛନ୍ତି । ଗୁମ୍ଫା ମଧ୍ୟରେ ବର୍ଷା ଜଳ ପ୍ରବେଶ କରିବା ଏବଂ ଅମ୍ଳଜାନ ମାତ୍ରା ହ୍ରାସ ପାଇବା ଯୋଗୁ ଫୁଟବଲ ଖେଳାଳି ସେମାନଙ୍କ କୋଚ୍ଙ୍କ ଜୀବନ ବଂଚାଇ ହେବ କି ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ପ୍ରଗାଢ଼ ଆତ୍ମ ବିଶ୍ୱାସ ଯୋଗୁ ସମସ୍ତ ଖେଳାଳିଙ୍କୁ ଉଦ୍ଧାର କରାଯିବା ନେଇ ବିଶ୍ୱାସ ବଢ଼ିବାରେ ଲାଗିଛି । ଥାଇଲାଣ୍ଡ ଉଦ୍ଧାରକାରୀ ଦଳ ଅପରେସନର ନେତୃତ୍ୱ ନେଇଥିବାବେଳେ ଅକ୍ସିଜେନ ଟ୍ୟାଙ୍କ ଦାୟିତ୍ୱରେ ଅଛନ୍ତି ଅନ୍ତରାଷ୍ଟ୍ରୀୟ ଟିମ । ଅଷ୍ଟ୍ରେଲିଆ, ଆମେରିକା, ଚୀନ, ବ୍ରିଟେନ ଓ ଏସିଆର ଉଦ୍ଧାରକାରୀ ଟିମ ଏହି ବଡ ଅପରେସନରେ ନିୟୋଜିତ ହୋଇଛନ୍ତି ।