୮୦୦ କ୍ୟାଲୋରୀର ଏହି ଡାଏଟ ଆପଣଙ୍କ ଜୀବନରେ ଆଣିବ ଚମତ୍କାର ! ୩ ଗୁଣା ଅଧିକ କରିବ କାମ,ଖୁବଶୀଘ୍ର ହେବେ ସ୍ଲିମ୍ ।

486

ଆଜିକାଲିର ବ୍ୟସ୍ତବହୁଳତା ଜୀବନ ଭିତରେ ଲୋକଙ୍କୁ ବ୍ୟାୟାମ କରିବାକୁ ଟାଇମ୍ ମିଳୁନାହିଁ । ଅଫିସରେ ଆଠ,ନଅ ଘଣ୍ଟା ବସି ବସି ଲୋକ ମେଦବହୁଳତାର ଶିକାର ପାଲଟୁଛନ୍ତି । କହିବାକୁ ଗଲେ ମେଦବହୁଳତା ଯେଭଳି ବର୍ତ୍ତମାନର ଏକ ବଡ ସମସ୍ୟା ପାଲଟିଛି । ତେବେ କିଛି ଲୋକ ଏଥିପାଇଁ ଡାଇଟିଙ୍ଗ୍ ଏବଂ ଜିମ୍ ମଧ୍ୟ ଯାଉଛନ୍ତି । କିନ୍ତୁ ଓଜନ ବଢିବା ଯେଭଳି ସହଜ କମିବା ତା’ଠାରୁ ଅଧିକ କଷ୍ଟକର । ଆପଣ ଯଦି ଏଭଳି ମେଦବହୁଳତାର ସମସ୍ୟାରେ ଅଛନ୍ତି ତେବେ ଏହି ରିପୋର୍ଟକୁ ନିଶ୍ଚୟ ପଢନ୍ତୁ ।

ଗବେଷଣାରୁ ଜଣାପଡିଛି କି,କମ୍ କ୍ୟାଲୋରୀ ଥିବା ଖାଦ୍ୟ ଆପଣାଇଲେ ଆପଣଙ୍କ ଓଜନ ଖୁବଶୀଘ୍ର କମିଯିବ । ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସାରାଦିନ କେବଳ ସୁପ୍ ଏବଂ ସେକ୍ ପିଇ ଅନ୍ୟ ଲୋକଙ୍କ ଠାରୁ ଅଧିକ ଫିଟ୍ ଥାଆନ୍ତି । କେବଳ ୮୧୦ କ୍ୟାଲୋରୀ ଭିତରେ ଖାଦ୍ୟ ଖାଇ ଏଠାକାର ଲୋକ ସମ୍ପୁର୍ଣ୍ଣ ଫିଟ୍ ଥାନ୍ତି । ଲୋ କ୍ୟାଲେରୀ ଡାଇଟ୍ ଖାଉଥିବା ଲୋକଙ୍କୁ ହୃଦରୋଗ,ଷ୍ଟ୍ରୋକ ଏବଂ ଡାଇବେଟିସ୍ ଭଳି ରୋଗ ହେବାର ବିପଦ ବଢିଯାଏ । ତେବେ ଏହି ଷ୍ଟଡିରେ ୨୭୮ ଜଣ ଲୋକଙ୍କୁ ସାମିଲ କରାଗଲା । ଯାହାଙ୍କୁ ୨ ଭାଗରେ ବିଭକ୍ତ କରାଗଲା । ଗୋଟିଏ ଦଳକୁ ୨୪ ଘଣ୍ଟା ମଧ୍ୟରେ ହୋଟେଲର କ୍ୟାଲୋରୀଯୁକ୍ତ ସୁସ୍ୱାଦୁ ଖାଦ୍ୟ ଖାଇବାକୁ କୁହାଗଲା ଏବଂ ଦ୍ୱିତୀୟ ଦଳକୁ ଡାକ୍ତରଙ୍କ କହିବାନୁସାର କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ କୁହାଗଲା । ତେବେ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟରେ ସୁପ୍ ,ସେକ୍ ,କ୍ଷୀର ,ପାଣି ,ଫାଇବର ଥିବା ୮୧୦ କ୍ୟାଲୋରୀ ଭିତରେ ଥିବା ଖାଦ୍ୟ ଖାଇବାକୁ କୁହାଗଲା । ତେବେ ଉତ୍ତରରେ ବାହାରିଲା ଯେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥିବା ଦଳର ଲୋକମାନେ ୧୦ ପ୍ରତିଶତ ଓଜନ କମାଇଥିଲେ ।